ଖୋର୍ଦ୍ଧା (ହେଡଲାଇନ୍ସ ଓଡ଼ିଶା ବ୍ୟୁରୋ ) : ଖୋର୍ଦ୍ଧା ଜିଲ୍ଲା ବାଜପୁର ନିକଟ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଖୋର୍ଦ୍ଧା ଜିଲ୍ଲା ନନ୍ଦପୁର ପଂଚାୟତ ଛତିପୁର ନିସଙ୍କ ସାହିର ତାରେଶ୍ୱର ନିଶଙ୍କଙ୍କ ମୃତ୍ୟୁ ହୋଇଥିବେ ବେଳେ ଫକିରା ରାଉତରାୟ ସାମାନ୍ୟ ଆହତ ହୋଇଛନ୍ତି । ସୂଚନା ଅନୁସାରେ ନିଜର କାମ ସାରି ଏକ ଟିଭି ଏସ ଏକ୍ସଲ (ଓ.ଡି ୦୨ ଡବ୍ଲୁ ୪୮୬୬)ରେ ଘରକୁ ଫେରୁଥିବା ବେଳେ ସାମ୍ନାରୁ ଏକ ଟ୍ରକ ( ଓ.ଡ଼ି ୦୯ ସି ୦୬୭୬ )ଧକ୍କା ଦେଇଥିଲା ଫଳରେ ଟିଭି ଏସ ଏକ୍ସଲରେ ବସିଥିବା ଦୁଇଜଣଙ୍କ ମଧ୍ୟରୁ ଫକିରା ରାଉତରାୟ ଛିଟିକି ପଡିଥିବା ବେଳେ ତାରେଶ୍ୱର ନିଶଙ୍କଙ୍କ ମୁଣ୍ଡ ଉପରେ ଟ୍ରକଟି ଚଢି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ତାରେଶ୍ୱର ନିଶଙ୍କଙ୍କ ମୃତ୍ୟୁ ହୋଇଛି । ଏନେଇ ଖବର ପାଇଁ ଖୋର୍ଦ୍ଧା ପୋଲିସ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଟ୍ରକ ଡ୍ରାଇଭରକୁ ଗିରଫ କରିଛି ଏବଂ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ତେବେ ତାରେଶ୍ୱର ନିଶଙ୍କଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଯିବା ସହ କ୍ଷତି ପୂରଣ ଦାବି କରିଛନ୍ତି ପରିବାର ଲୋକେ ।
ଘରକୁ ଫେରୁଥିବା ବେଳେ ମାଡ଼ିଗଲା ଟ୍ରକ ..

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ