Headlines Odisha Tv

An Odia News Portal

**ବିଶ୍ବ ସିକିଲ୍‌ସେଲ୍‌ ଏନିମିଆ ମୁକ୍ତ ଦିବସ ପାଳିତ **

**ଜ଼ିଲ୍ଲାରେ ରୋଗୀ ସଂଖ୍ୟା ୯୩୫ **

ବ୍ରହ୍ମପୁର:-ଗଞ୍ଜାମ ଜ଼ିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଜ଼ିଲ୍ଲା ସ୍ତରୀୟ ରକ୍ତ ଶିକୁଳି ( ସିକିଲସେଲ୍) ରକ୍ତହୀନତା(ଆନେମିଆ) ନିରାକରଣ ସଚେତନତା ଅଭିଯାନନ ବୁଧବାର ଟାଉ ହଲଠାରେ ରେ ଅନୁଷ୍ଠିତ ହୋଇଯାଇଛି l ଜୁନ ୧୯ ତାରିଖକୁ ବିଶ୍ଵ ରକ୍ତ ଶିକୁଳି ଦିବସ ଭାବେ ପାଳନ କରାଯାଉଛି l ଆସନ୍ତା ୨0୪୭ ସୁଦ୍ଧା ଓଡିଶା ରାଜ୍ୟ ତଥା ଆମ ଦେଶକୁ ‘ସିକିଲ ସେଲ୍ ଏନିମିଆ'(ରକ୍ତହୀନତା ) ବ୍ୟାଧିରୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଗତ ୨0୨୩ ରେ ଘୋଷଣା କରିଥିଲେ l ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୀର୍ଘ ୧୫ ଦିନି ତଥା ଜୁଲାଇ ୩ ତାରିଖ ଯାଏଁ ଏହି ସଚେତନତା କାର୍ଯ୍ୟକ୍ରମ ଚାଲିବ ବୋଲି ଜ଼ିଲ୍ଲା ଶିକ୍ଷାଅଧିକାରୀ ଡାକ୍ତର ଉମାଶଙ୍କର ମିଶ୍ର ସୂଚନା ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଉମାଶଙ୍କର ମିଶ୍ର, ଜିଲା ମଙ୍ଗଳ ଅଧିକାରୀ, ବ୍ରହ୍ମପୁର ସାଂସଦ ପ୍ରତିନିଧୂ ଡା. ସୁବାଷଚନ୍ଦ୍ର ବିଧାୟକ ପ୍ରତିନିଧୂ ବିକ୍ରମ କେଶରୀ ପଣ୍ଡା, ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ( ଭିବିଡି) ଡା. ସନ୍ତୋଷ ପାଢୀ, ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ( କୁଷ୍ଠ) ଡା. ଅନୀଲ ରଥ, ଜିଲା ମେଡିକାଲ ଅଧିକାରୀ ଡା. ବିଶ୍ଵମ୍ବର ବେହେରା, ଡିଏମଆରସିଏଚ ଶକ୍ତି କୁମାର ପ୍ରମୁଖ ଅତିଥିଭାବେ ମଞ୍ଚାସୀନ ଥିଲେ l
ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲାରେ ୨୩ଟି ଶିବିର ଆୟୋଜନ କରାଯାଇ ୩୦୦୦ ଜଣଙ୍କୁ ଯାଞ୍ଚ କରାଯାଇସାରିଛି l
ରକ୍ତ ଶିକୁଳି ଏକ ବଂଶଗତ ରୋଗ l ଏ ନେଇ ସଚେତନତା ସୃଷ୍ଟି ସହ ପ୍ରଭାବିତ ଅଞ୍ଚଳରେ ଶୂନରୁ ୪୦ ବର୍ଷ ବୟସର ଲୋକଙ୍କ ଯାଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଯାଇଛି l ଏହି ରୋଗରେ ଗଞ୍ଜାମ ଜ଼ିଲ୍ଲାରୁ ୯୩୫ ଜଣ ରୋଗୀ ଚିହ୍ନଟ ହୋଇ ସରକାରଙ୍କ ଦ୍ୱାରା ସମସ୍ତ ପ୍ରକାର ଯୋଜନାରେ ରହିଥିବା ବେଳେ ୨୫୭ ଜଣ ଥାଲାସେମିଆ ଓ ହିମୋଫିଲିଆରେ ୬0 ଜଣ ରୋଗୀ ଥିବା ଜଣାପଡିଛି l ସେହିପରି ବୁଧବାର ଟାଉନ ହଲ ଠାରେ ଶୂନରୁ ୨୫ ବର୍ଷ ବୟସର ୧୮୩ ଜଣଙ୍କ ଶୁଷ୍କ ରକ୍ତ କଣିକା ପଦ୍ଧତିରେ ଯାଞ୍ଚ କରାଯାଇଥିବା ଜିଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l କାର୍ଯ୍ୟକ୍ରମରେ ଜିଲାସ୍ତରୀୟ ପରାମର୍ଶଦାତା, ଏଏନଏମ, ଆଶାକର୍ମୀ, ନସିଂ ଅଧୂକାରୀ, ନସିଂ କଲେଜ ଓଏଏନ ଏମଟିସିର ପ୍ରଶିକ୍ଷିକା ଉପସ୍ଥିତ ଥିଲେ l