Headlines Odisha Tv

An Odia News Portal

ବର୍ଷ ଆରମ୍ଭରୁ ଭାରତର ଲଗାତାର ଦ୍ବିତୀୟ ଶୃଙ୍ଖଳା ବିଜୟ

ରାୟପୁର : ବର୍ଷ ଆରମ୍ଭରୁ ଲଗାତାର ଦ୍ବିତୀୟ ଦିନିକିଆ ଶୃଙ୍ଖଳା ଜିତିଛି ଭାରତୀୟ କ୍ରିକେଟ ଦଳ। ଶ୍ରୀଲଙ୍କାକୁ ମାତ୍‌ ଦେବା ପରେ ରୋହିତ ଶର୍ମାଙ୍କ ଦଳ ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଗୁଆ ଶୃଙ୍ଖଳା କବ୍‌ଜା କରିଛି। ଶନିବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ବିଶ୍ବବିଜେତା ନ୍ୟୁଜିଲାଣ୍ଡକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୦୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା ବେଳେ ଭାରତ ଏହି ଲକ୍ଷ୍ୟକୁ ମାତ୍ର ୨ ୱିକେଟ୍‌ ବିନିମୟରେ ୨୦.୧ ଓଭର ବେଳକୁ ହାସଲ କରିଥିଲା। ସର୍ବାଧିକ ୱିକେଟ୍‌ ନେଇଥିବା ମହମ୍ମଦ ସାମି (୩/୧୮)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଉଭୟ ଦଳଙ୍କ ମଧ୍ୟରେ ଶେଷ ଔପଚାରିକ ଦିନିକିଆ ମଙ୍ଗଳବାର ଇନ୍ଦୋରରେ ଅନୁଷ୍ଠିତ ହେବ।