Headlines Odisha Tv

An Odia News Portal

ହଟସ୍ପଟ୍ ପାଲଟିଲା ଭୀମସାର, ୨୨ ଛାତ୍ରୀ କରୋନା ସଂକ୍ରମିତ

ସମ୍ବଲପୁର, ନଭେମ୍ବର ୨୩: ଭୀମସାରରେ ପୁଣି କରୋନା ଆତଙ୍କ ଦେଖିବାକୁ ମିଳିଛି । ଏକାସହିତ ବିଶ୍ୱ ବିଦ୍ୟାଳୟର ୨୨ ଜଣ ଛାତ୍ରୀ କୋଭିଡ୍ ପଜିଟିଭ ଥିବା ସୂଚନା ମିଳିଛି । ସମସ୍ତେ ଏମବିବିଏସ ପ୍ରଥମ ବର୍ଷର ଛାତ୍ରୀ ବୋଲି ଜଣାପଡିଛି । ସୂଚନା ଅନୁସାରେ, ବୁର୍ଲା ଭୀମସାରର ୨୨ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ସଂକ୍ରମିତ ହେବା ପରେ ସେମାନଙ୍କୁ ବିଳମ୍ବିତ ରାତିରେ କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଛି । ସେହିପରି ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି । 

ଗତ କିଛି ଦିନ ପୂର୍ବରୁ ସମସ୍ତେ ଏକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ । ମାତ୍ର ସେହି ସ୍ଥାନରୁ ହିଁ ସଂକ୍ରମଣ ବ୍ୟାପିଥିବା ଅନୁମାନ କରାଯାଉଛି । ସେହିପରି ଆଜି ଅନ୍ୟମାନଙ୍କର କୋଭିଡ ପରୀକ୍ଷା କରାଯିବ । ପୂର୍ବରୁ ଏମବିବିଏସ ଅଫଲାଇନ ପରୀକ୍ଷା ହେବାର ଥିବା ହେଲେ ତାହା କେବେ ହେବ ଜଣାପଡିନାହିଁ ।