Headlines Odisha Tv

An Odia News Portal

ସହର ମୁହାଁ ହାତୀପଲ, ଆତଙ୍କିତ ଲୋକେ

ପାଟଣାଗଡ ୨୨/୧୦: ଗତ କିଛି ଦିନ ହେବ ଗନ୍ଧମାର୍ଦ୍ଦନ ତଳି ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ ଜାରି ରହିଛି । ଏଠାରେ ଘର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ କରିଛନ୍ତି । ଫଳରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ତେବେ ପୁଣିଥରେ ଗତ ରାତିରେ ଦୁଇଟି ବଣୁଆ ହାତୀ ଲାଠୋର ସହରରେ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇଛନ୍ତି । ହାତୀ ଲାଠୋର ସହରରେ ବୁଲୁଥିବା ଖବର ପାଇ ଲାଠୋର ବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ୨ଟିକିଆ ହାତୀପଲକୁ ଘଉଡ଼ାଇବାରୁ ହାତୀମାନେ ବର୍ତ୍ତମାନ ବାଗଡ଼ିଆ ଓ ପିଙ୍ଗଲ ମୁଣ୍ଡା ସଂଗ୍ରଖିତ ଜଙ୍ଗଲ ଆଡ଼କୁ ଚାଲିଯାଇଥିବା ବୋଲି ଲାଠୋର ରେଞ୍ଜର ପ୍ରଭାତୀ ସେଠ ସୂଚନା ଦେଇଛନ୍ତି ।