Headlines Odisha Tv

An Odia News Portal

ଶ୍ରଦ୍ଧା ଓ୍ବାକର ମର୍ଡର ମାମଲା, ଦିଲ୍ଲୀ ପୋଲିସର କ୍ରାଇମ୍ ସିନ୍ ରିକ୍ରିଏଟ୍

ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ମର୍ଡର ମାମଲାରେ କ୍ରାଇମ୍ ସିନ୍ ରିକ୍ରିଏଟ୍ । ଅଭିଯୁକ୍ତ ଆଫତାବ୍ ଅମିନ ପୁନାଓ୍ବାଲାକୁ ମେହରୁଲି ଜଙ୍ଗଲକୁ ନେଇ ପୋଲିସ ଛାନବିନ୍ କରିବା ସହିତ ହତ୍ୟାର କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛି । ଅଭିଯୁକ୍ତ ପ୍ରେମିକ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଖଣ୍ଡବିଖଣ୍ଡ ଶରୀରକୁ କିପରି ଓ କେଉଁ ସ୍ଥାନରେ ଫିଙ୍ଗିଥିଲା ତା’ର ତନତନ କରି ତଦନ୍ତ  ଜାରି ରଖିଛି ପୋଲିସ । ଦିଲ୍ଲୀରେ ଶ୍ରଦ୍ଧା ଓ ଅଫତାବ୍ କିଛି ଦିନ ଲିଭି-ଇନ୍‌ରେ ରହିଥିଲେ । ପରେ ଶ୍ରଦ୍ଧା ବିବାହ କରିବାକୁ ଅଫତାବଙ୍କ ଉପରେ ଚାପ ପକାଇଥିଲେ । ଏଥିରେ ଉତ୍ତେଜିତ ହୋଇ ପ୍ରେମିକ ଶ୍ରଦ୍ଧାକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ତେବେ ପାଞ୍ଚ ମାସ ପରେ ପୋଲିସ ହତ୍ୟା ରହସ୍ୟ ପର୍ଦ୍ଦାଫାସ୍ କରିଛି । ଦିଲ୍ଲୀ ପୋଲିସ ଏହି ଜଘନ୍ୟ ହତ୍ୟାକାଣ୍ଡର ଖୁଲାସା କରିଛି । ମୁମ୍ବାଇ ଭଲ ପାଇବା ଠାରୁ ଦିଲ୍ଲୀରେ ହତ୍ୟା ପର୍ଯ୍ୟନ୍ତ ମର୍ଡର ମିଷ୍ଟ୍ରିର ଗୋଟିଏ ଗୋଟିଏ ଫର୍ଦ୍ଦ ଖୋଲିଛି ପୋଲିସ । ୨୬ ବର୍ଷିୟା ମୃତ ଶ୍ରଦ୍ଧା ଓ୍ବାକର ମୁମ୍ବାଇର ଏକ କଲ୍ ସେଣ୍ଟରରେ ଚାକିରି କରୁଥିଲେ । ଏହି ସମୟରେ ଶ୍ରଦ୍ଧାଙ୍କ ସହିତ ଆଫତାବ୍ ଅମିନଙ୍କ ସାକ୍ଷାତ ହୋଇଥିଲା । ଆଉ ଏଇଠୁ ଆରମ୍ଭ ହୋଇଥିଲା ଉଭୟଙ୍କ ମଧ୍ୟରେ ମଧୁର ପ୍ରେମ । ସମ୍ପର୍କ ନିବିଡ଼ତା ହେବା ପରେ ଲିଭ୍-ଇନ୍ ରହିଥିଲେ ଦୁହେଁ । ଏନେଇ ପରିବାର ଲୋକ ଜାଣି ପରେ ବିରୋଧ କରିବା ଆରମ୍ଭ କରିଥିଲେ । ପରିବାର ଲୋକଙ୍କ ନଜରରୁ ଦୂରେଇ ରହିବାକୁ ହଠାତ୍ ମୁମ୍ବାଇ ଛାଡ଼ି ଦିଲ୍ଲୀର ମେହରୁଲି ଅଞ୍ଚଳରେ ରହିଥିଲେ ଶ୍ରଦ୍ଧା ଓ ଅଫତାବ । ହେଲେ କିଛି ଦିନ ପରେ ହଠାତ୍ ଶ୍ରଦ୍ଧାଙ୍କ ମୋବାଇଲ ବନ୍ଦ ହୋଇଯାଇଥିଲା । ଏନେଇ ଝିଅ ଅପହରଣ ହୋଇଥିବା ନେଇ ୮ ନଭେମ୍ବରରେ ମେହରୁଲି ଥାନାରେ ଏତଲା ଦେଇଥିଲେ ଶ୍ରଦ୍ଧାଙ୍କ ବାପା । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଥିଲା ।