ଭୁବନେଶ୍ୱର ୩୧।୦୫: ରାଜଧାନୀରେ ଚାଞ୍ଚଲ୍ୟ । ଯୌତୁକ ପାଇଁ ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ । ଏପରି ଅଭିଯୋଗ ଆଣିଲେ ଝିଅଙ୍କ ବାପ ଘର ଲୋକ। ଖଣ୍ଡଗିରି ଥାନାରେ ମାମଲା ରୁଜୁ ପରେ ତଦନ୍ତ କରୁଛି ପୋଲିସ । ଖବର ଅନୁଯାୟୀ, ଗତ ଏପ୍ରିଲ ୨୮ରେ ଭଦ୍ରକ ତିହିଡି ଅଣ୍ଡରାଇ ଗାଁର ରାଧାକାନ୍ତ ନାୟକ ନିଜ ଝିଅ ପ୍ରଭାପତିଙ୍କ ସହ ଭୁବନେଶ୍ବର ସରକାନ୍ତରାର ପ୍ରମୋଦ ଖୁଣ୍ଟିଆଙ୍କ ପୁଅ ପ୍ରକାଶ ଖୁଣ୍ଟିଆଙ୍କ ସହ ବାହାଘର ହୋଇଥିଲା । ଗତ ମେ ୨୯ ତାରିଖରେ ହଠାତ ବାପ ଘର ଲୋକ ଝିଅ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଖବର ପାଇଥିଲେ । ପର ଦିନ ଝିଅ ବାପା ଘର ଲୋକ ଭୁବନେଶ୍ବର ଆସିବା ବେଳକୁ ଝିଅକୁ ମଶାଣିକୁ ନେଇ ଯାଇଥିବା ଖବର ପାଇଥିଲେ । ଏହା ପରେ ମେ ୩୦ରେ ମହିଳାଙ୍କ ମା ମାଧବୀ ନାୟକ ଆସି ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଝିଅକୁ ବାହାଘର ପରେ ନିର୍ଯାତନା ଦିଆଯାଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ! ଥାନାରେ ଅଭିଯୋଗ କଲେ ଝିଅର ମାଆ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ