Headlines Odisha Tv

An Odia News Portal

ମୋଦୀ ଆଜି ଶୁଭାରମ୍ଭ କରିବେ ଡିଜିଟାଲ ପେମେଣ୍ଟ ସଲ୍ୟୁଶନ e-RUPI

ନୂଆଦିଲ୍ଳୀ, ଅଗଷ୍ଟ ୦୨ : ଭାରତ ଡିଜିଟାଲ ପେମେଣ୍ଟକ୍ଷେତ୍ରରେ ଆଜି ପୁଣି ଏକ ବଡ଼ ପଦକ୍ଷେପ ଉଠାଇବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଇ-ଭାଉଚର-ବେସ୍‌ଡ ଡିଜିଟାଲ ପେମେଣ୍ଟ ଲସ୍ୟୁସନ e-RUPIର ଶୁଭାରମ୍ଭ କରିବେ । ଏହାରି ମାଧ୍ୟମରେ ହିତାଧିକାରୀଙ୍କୁ ମିିଳିବାକୁ ଥିବା ଲାଭ ବିନା ଲିକେଜ ପହଂଚିପାରିବ । ଅର୍ଥାତ ମଧ୍ୟଭାଗରେ କୌଣସି ମଧ୍ୟସ୍ଥି ରହିବେ ନାହିଁ । ଏପର୍ଯ୍ୟନ୍ତ ଜଣାଯାଉଥିଲା ଯେ, e-RUPI କେଉଁ ପ୍ରକାରର ଜିନିଷ । ଏହା ଏକ କ୍ୟାଶଲେସ ଏବଂ କଣ୍ଟାକ୍ଟଲେସ ଶୈଳୀ । ଏହା ଏକ କ୍ୱୁଆର କୋଡ ଏବଂ ଏସ୍‌ଏମ୍‌ଏସ୍ ଷ୍ଟ୍ରଙ୍ଗ ବେସ୍‌ଡ ଇ-ଭାଉଚର । ଏହାକୁ ହିତାଧିକାରୀଙ୍କ ମୋବାଇଲକୁ ପଠାଯାଇଥାଏ । ଏହି ଏକକ ପେମେଣ୍ଟ ମ୍ୟାକାନିଜମର ୟୁଜର୍ସକୁ ଭାଉଚର ଣ୍ଡିମ କରିବା ପାଇଁ ସର୍ଭିସ ପ୍ରେଭାଇଡର ଉପରେ କୌଣସି କାର୍ଡ, ଡିଜିଟାଲ ପେମେଣ୍ଟ ଆପ ଅଥବା ଇଣ୍ଟରନେଟ ବ୍ୟାଙ୍କିଙ୍ଗକୁ ଏକ୍ସସେସ କରିବାର ଆବଶ୍ୟକତା ନାହିଁ ।