Headlines Odisha Tv

An Odia News Portal

ବିଶ୍ବବ୍ୟାପୀ କରୋନା ଭାଇରସରେ ୪୭.୩୧ ଲକ୍ଷ ମୃତ

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩ : କରୋନା ଭାଇରସ ମହାମାରୀ ସମଗ୍ର ବିଶ୍ବକୁ ଡରାଇ ରଖିଛି। ଯେତେଯାହା ଉଦ୍ୟମ କରାଯାଉଥିଲେ ମଧ୍ୟ ଏହା ନିୟନ୍ତ୍ରିତ ହେଉନାହିଁ। ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୫ ଲକ୍ଷ ୧୪ ହଜାର ୬୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୯ ହଜାର ୧୦୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।  

ବିଶ୍ବବ୍ୟାପୀ ୨୩ କୋଟି ୮ ଲକ୍ଷ ୨୮ ହଜାର ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୪୭ ଲକ୍ଷ ୩୧ ହଜାର ୫୨୬ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୧ କୋଟି ୮୫ ଲକ୍ଷ ୭୮ ହଜାର ୪୮ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୯୭ ହଜାର ୮୪୯ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।