Headlines Odisha Tv

An Odia News Portal

ବିବାହ ମଣ୍ଡପ ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର, ସେପ୍ଟେମ୍ବର 18 : ଏକ ଘରୋଇ ବିବାହ ମଣ୍ଡପ ପରିସରରୁ ମିଳିଲା ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ । ଏପରି ଘଟଣା ଘଟିଛି ଭୁବନେଶ୍ବର ଇନଫୋସିଟି ଥାନା ଅଞ୍ଚଳରେ । ମୃତକ ଜଣଙ୍କ ଘର ଯାଜପୁର ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ନାଁ ହେଉଛି ପ୍ରକାଶ ବଳ(୨୬) ।

ତେବେ ଏପରି ଘଟଣା ଜାଣିବା ପରେ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି । ପ୍ରଶାନ୍ତଙ୍କ ଗୋଡ଼ ତଳେ ଲାଗିଥିବାରୁ ପୋଲିସର ସନ୍ଦେହ ସେଥିପାଇଁ ଆହୁରି ବଢିଯାଇଛି ତେଣୁ ସେ ଆତ୍ମହତ୍ୟା କରିଛନ୍ତି ନା\’ ତାଙ୍କୁ କେହି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ ।

ପ୍ରକାଶ ମଣ୍ଡପର ଜଣେ କର୍ମଚାରୀ ଥିଲେ । ସୂଚନାଯୋଗ୍ୟ ଯେ, ଗତକାଲି ସେ ବିବାହ ମଣ୍ଡପରେ ଆସି ବସିଥିବା ତାଙ୍କ ସହ କାର୍ଯ୍ୟ କରୁଥିବା ଲୋକ ଦେଖିଥିଲେ । ପରେ କାମ ରହିଥିବାରୁ ସହକର୍ମୀମାନେ ଖୋଜା ଖୋଜି କରିଥିଲେ ହେଲେ ବିବାହ ମଣ୍ଡପରେ ଥିବା ଫ୍ୟାନରେ ପ୍ରକାଶଙ୍କ ମୃତଦେହ ଝୁଲିଥିଲା।