Headlines Odisha Tv

An Odia News Portal

ବସ୍‌-ଟ୍ରକ୍ ମୁହାଁମୁହିଁ,ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର

ସୁବର୍ଣ୍ଣପୁର,ନଭେମ୍ବର 26 : ସୁବର୍ଣ୍ଣପୁରର ବ୍ଲକ୍  ଛକରେ ବସ୍ ସହ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ବିଳମ୍ବିତ ରାତିରେ ଧକ୍କା ହୋଇଥିବା ବେଳେ ଏହି ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଫଳରେ ଆହତ ଯାତ୍ରୀ ମାନଙ୍କୁ ସଙ୍ଗେ ସଙ୍ଗେ ଡ଼ାକ୍ତରଖାନାରେ ଭତ୍ତି କରାଯାଇ ଚିକିତ୍ସା କରାଯାଉଛି । ଘରୋଇ ବସ୍ ଟି ଭୁବନେଶ୍ୱରରୁ ରାଇଘର ଯାଉଥିବା ବେଳେ ଏପରି ଘଟଣା ଘଟିଥିବା ସୁଚନା ମିଳିଛି । ଖବର ଅନୁସାରେ ଏହି ଘଟଣା ଘଟିବା ପରେ ଲୋକମାନଙ୍କ ମଧ୍ୟରେ ସାମ୍ୟକ୍ ଉତ୍ତେଜନା ଲାଗି ରହିଥିଲା ।

ଉତ୍ୟକ୍ତ ଲୋକମାନେ ଗାଡ଼ିକୁ ଜବତ କରିବା ସହ ବସ୍ ଡ଼୍ରାଇଭର ଓ ହେଲପରକୁ ଧରି ପିଟାପିଟି ମଧ୍ୟ କରିଥିବା ଜଣାପଡ଼ିଛି । ପରେ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଂଚିବା ସହ ପରିସ୍ଥିତି ର ମୁକାବିଲା କରିଥିଲା ଏବଂ ଡ଼୍ରାଇଭର ଓ ହେଲପରକୁ ଅଟକ ରଖି ପଚରାଉଚରା କରୁଛି ।