Headlines Odisha Tv

An Odia News Portal

ପିକନିକ ସାରି ଫେରୁଥିବା ଥିବା ସମୟରେ ଅଘଟଣ

ଦାରିଙ୍ଗବାଡ଼ି, ଅଗଷ୍ଟ ୨୬ : ପିକନିକ ସାରି ଫେରୁଥିବା ଥିବା ସମୟରେ ଅଘଟଣ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବିଞ୍ଜେରି ବୁଲାଣିରେ ଦୁର୍ଘଟଣାଗ୍ରସ୍ତ ହେଲା ବୋଲେରୋ । ସୂଚନାନୁସାରେ, ବଲାଙ୍ଗୀର ଜିଲ୍ଲା ତୁସୁରା ଥାନା ଅଞ୍ଚଳରୁ ୧୧ ଜଣ ବ୍ୟକ୍ତି ପିକନିକ କରିବା ପାଇଁ ଦାରିଙ୍ଗବାଡି ଯାଇଥିଲେ । ପିକନିକ ସାରି ଫେରୁଥିବା ସମୟରେ ସେମାନଙ୍କ ବୋଲେରୋ ପ୍ରଥମେ ଦାରିଙ୍ଗବାଡ଼ି ଠାରେ ଏକ ମଟର ସାଇକେଲକୁ ଧକ୍କା ଦେଇଥିଲା । ପରେ ଏହା ଏକ ଅଟୋକୁ ସାଇଡ ମାରିଥିଲା । ଶେଷରେ ଏହାଏକ ଗାଡ଼ ୱାଲକୁ ଧକ୍କା ଦେଇଥିଲା । ଗାଡ଼ିରେ ଥିବା ସମସ୍ତ ବ୍ୟକ୍ତି ଡ୍ରାଇଭରକୁ ଛାଡି ପଳାଇଥିବା ଜଣାପଡିଛି । ଡ୍ରାଇଭର ଅତ୍ୟଧିକ ନିଶାସକ୍ତ ହୋଇ ଏହି ଦୁର୍ଘଟଣା ଘଟାଇଥିବା କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।