ନୂଆଦିଲ୍ଲୀ: ଟ୍ବିଟର ବ୍ଲୁ ଟିକ୍କୁ ନେଇ ୟୁ-ଟର୍ଣ୍ଣ ମାରିଛନ୍ତି ଏଲନ୍ ମସ୍କ । ଟ୍ବିଟର ବ୍ଲୁ ଟିକ୍ ସ୍କିମ୍ ଉପରେ ଲାଗିଛି ରୋକ୍ । ଏନେଇ ଘୋଷଣା କରିଛନ୍ତି ଟ୍ବିଟରର ନୂଆ ମାଲିକ ଏଲନ ମସ୍କ । ବର୍ତ୍ତମାନ ଏହି ବ୍ଲୁ ଟିକ୍ ସ୍କିମ୍ ବନ୍ଦ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଟ୍ବିଟରରେ ଫେକ୍ ଆକାଉଣ୍ଟ ସମସ୍ୟା ସମାଧାନ ନହେବା ଯାଏଁ ବ୍ଲୁ ଟିକ୍ ସ୍କିମ୍ ବିକ୍ରି ହେବା ବନ୍ଦ ରହିବ । ଟ୍ବିଟରକୁ ଏଲନ ମସ୍କ କିଣିବା ପରେ ଆମୂଳଚୁଳ ପରିବର୍ତ୍ତନ କରିଛନ୍ତି। ବ୍ଲୁ ଟିକ୍ ଆକାଉଣ୍ଟ ପାଇଁ ୮ଡଲାର ଦେବାକୁ ପଡ଼ିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା । ଏଥିପାଇଁ ବ୍ଲୁ ଟିକ୍ ସ୍କିମ୍ ମଧ୍ୟ ଆରମ୍ଭ ହୋଇଥିଲା । ହେଲେ ଏବେ ଏହି ସ୍କିମ୍ ବନ୍ଦ ରହିବ ବୋଲି ଟ୍ବିଟ୍ କରି ଘୋଷଣା କରିଛନ୍ତି ସିଇଓ ଏଲନ ମସ୍କ । ନକଲି ଆକାଉଣ୍ଟ ଚିହ୍ନଟ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ଏହି ସ୍କିମ୍ ବନ୍ଦ ରହି ବୋଲି କମ୍ପାନୀ କହିଛି । କୁହାଯାଉଛି, ବ୍ଲି ଟିକ୍ ସ୍କିମ୍ ଆରମ୍ଭ ହେଲେ ବ୍ୟକ୍ତି ବିଶେଷ, କମ୍ପାନୀ ଓ ସଂସ୍ଥାମାନଙ୍କୁ ଭିନ୍ନ ଭିନ୍ନ ରଙ୍ଗର ବ୍ଲୁ ଟିକ୍ ବ୍ୟବହାର ପାଇଁ ଦିଆଯିବ ।
ଟର ବ୍ଲୁ ଟିକ୍କୁ ନେଇ ୟୁ-ଟର୍ଣ୍ଣ ମାରିଛନ୍ତି ଏଲନ୍ ମସ୍କ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ