Headlines Odisha Tv

An Odia News Portal

ଚଳିତବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର, ଅକ୍ଟୋବର ୧୫ : ଆସନ୍ତାକାଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । କିନ୍ତୁ ଏହି କରୋନା ମହାମାରୀ ସମୟରେ ଚଳିତବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏହି ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାବାସୀଙ୍କ ଭଲ ପାଇବା, ଶୁଭେଚ୍ଛା ଓ ଆଶୀର୍ବାଦ ନିମନ୍ତେ ସେ ସବୁବେଳେ ଋଣି । କୋଭିଡ୍ ଯୋଗୁଁ ଗତ ଦେଢ ବର୍ଷ ହେଲା ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ । ଏବଂ ଏହି ସ୍ଥିତି ଅନେକ ଲୋକ ତାଙ୍କ ପ୍ରିଅୟ ଲୋକଙ୍କୁ ହରାଇ ଅତି ଦୁଃଖରେ ଅଛନ୍ତି ।

ତେଣୁ ଆସନ୍ତାକାଲି ନବୀନ ନିବାସ ନ ଆସି ରକ୍ତଦାନ ଭଳି ମହତ୍ କାର୍ଯ୍ରରେ ସମସ୍ତେ ସାମିଲ କରିବା ଏବଂ କୋଭିଡ଼ ଯୋଗୁଁ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କଲେ କୁଁ ଅଧିକ ଖୁସି ହେବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।