Headlines Odisha Tv

An Odia News Portal

ଗୋଟିଏ ନୁହେଁ, ୪ଟି ଭାରିଏଣ୍ଟ ପାଇଁ ଚାଇନାରେ ସୃଷ୍ଟି ହୋଇଛି ସାଂଘାତିକ ସ୍ଥିତି

ନୂଆଦିଲ୍ଲୀ: ଚାଇନାରେ ଦେଖାଦେଇଛି ମହାମାରୀ କରୋନାର ସାଂଘାତିକ ସ୍ଥିତି। ଦୈନିକ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ ଲକ୍ଷାଧିକ ଲୋକ ପ୍ରାଣ ହରାଉଛନ୍ତି। ଚାଇନାର ଏପରି ଭୟଙ୍କର ସ୍ଥିତିକୁ ଦେଖି ଭାରତରେ ମଧ୍ୟ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସେହିପରି ଚାଇନାରେ ସଂକ୍ରମଣ ବୃଦ୍ଧିର କାରଣ ସାଜିଥିବା ଓମିକ୍ରନ ପ୍ରଜାତିର ବିଏଫ ୭ ଭାରିଏଣ୍ଟ ଭାରତରୁ ଠାବ ହେବା ପରେ ସମସ୍ତଙ୍କ ଛାତିରେ ଛନକା ପଶିଛି। ତେବେ ଚାଇନା ସ୍ଥିତିକୁ ଦେଖି ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି କେନ୍ଦ୍ର ସରକାରଙ୍କ କୋଭିଡ ମୁକାବିଲା ପ୍ୟାନେଲର ମୁଖ୍ୟ ଡାକ୍ତର ଏନକେ ଅରୋରା କହିଛନ୍ତି। ଚାଇନରୁ ମୁକ୍ତ ଭାବେ କରୋନା ସମ୍ପର୍କିତ ତଥ୍ୟ ବାହାରକୁ ଆସୁନାହିଁ। ତେଣୁ ସତର୍କତା ପଦକ୍ଷେପ ସ୍ୱରୂପ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିସହ ଚାଇନାରେ ଭାଇରସର ଗୋଟିଏ କକଟେଲ ଯୋଗୁ ସଂକ୍ରମଣ ବୃଦ୍ଧି ପାଉଛି। ଏହାବାଦ ଚାଇନାରେ ବର୍ଦ୍ଧିତ ସଂକ୍ରମଣ ପାଇଁ କେବଳ ଗୋଟିଏ ଭାରିଏଣ୍ଟ ନୁହେଁ, ବରଂ ୪ଟି ଭାରିଏଣ୍ଟ ଦାୟୀ ବୋଲି ଡାକ୍ତର ଅରୋରା ସୂଚନା ଦେଇଛନ୍ତି।