Headlines Odisha Tv

An Odia News Portal

କୋଭିଡ଼୍ ଗାଇଡ଼ଲାଇନ୍ ସହ ଚଳିତ ବର୍ଷ ଦିଲ୍ଲୀରେ ଧୁମ୍‌ଧାମ୍‌ରେ ଆୟୋଜିତ ହେବ ଛଟ୍ ପୂଜା

ନୁଆଦିଲ୍ଲୀ,ଅକ୍ଟୋବର ୨୭ : ଚଳିତ ବର୍ଷ ଦିଲ୍ଲୀରେ ଆୟୋଜିତ ହେବ ଛଟ୍ ପୂଜା । ଦିଲ୍ଲୀ ସରକାର ଏହାର ଅନୁମତି ଦେଇଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ସୂଚନା ଦେଇଛନ୍ତି। ସେ ଏହା କହିଛନ୍ତି ଯେ ଆଜି ବସିଥିବା ବୌଠକରେ ଛଟ୍ ପୂଜାକୁ ଦିଲ୍ଲୀରେ ଅନୁମତି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସରକାର ପୂର୍ବରୁ ସ୍ଥିର କରିଥିବା ସ୍ଥାନଗୁଡିକରେ କୋଭିଡ଼୍ ପ୍ରୋଟୋକଲ୍ ସହିତ ଏହା ଆୟୋଜନ କରାଯିବ । କେବଳ ଏତିକି ନୁହେଁ ପ୍ରୋଟୋକଲ୍ ପାଳନ ସହିତ ଏକ ସୀମିତ ସଂଖ୍ୟକ ଲୋକଙ୍କୁ ଅନୁମତି ଦିଆଯିବ । କିନ୍ତୁ ଛଟ୍ ପୂଜା ପୂର୍ବରୁ ଦିଲ୍ଲୀରେ ସ୍ୱତନ୍ତ୍ର କୋଭିଡ ଟୀକାକରଣ ଅଭିଯାନ ଆରମ୍ଭ ହେବ । ଛଟ୍ ପୂଜାରେ ଅଂଶଗ୍ରହଣ କରୁଥିବା ୧୦,୦୦୦ ଲୋକଙ୍କ ପାଇଁ ଆସନ୍ତା ମଙ୍ଗଳବାର ଠାରୁ ଏକ ସ୍ୱତନ୍ତ୍ର କୋଭିଡ଼୍‌୧୯ ଟୀକାକରଣ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରାଯାଇଛି।

କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ମଙ୍ଗଳବାର ଦିନ ବୁରାରୀ ନିକଟ କାଦିପୁରରୁ ଏହି ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ଆରମ୍ଭ କରିବେ।ସୁଚନା ଅନୁସାରେ ସେପ୍ଟେମ୍ବର ୩୦ ରେ ଜାରି କରାଯାଇଥିବା ନିର୍ଦ୍ଦେଶରେ ଦିଲ୍ଲୀ ବିପର‌୍ୟ୍ୟୟ ପରିଚାଳନା ପ୍ରାଧିକରଣ କୋଭିଡ଼୍ ୧୯ ସୃଷ୍ଟି ହୋଇଥିବା ବିପଦକୁ ଦୃଷ୍ଟିରେ ରଖି ନଦୀ କୂଳ, ଘାଟ ଏବଂ ମନ୍ଦିର ସମେତ ସମସ୍ତ ସର୍ବସାଧାରଣ ସ୍ଥାନରେ ଛତ୍ର ପୂଜା ପାଳନ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହାର ପ୍ରତିବାଦରେ ମନୋଜ ତିୱାରୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ବିରୋଧ କରି ଛଟ୍ ଉତ୍ସବ ପାଇଁ ଅନୁମତି ମାଗିଥିଲେ। ଏହା ପରେ, ଅକ୍ଟୋବର ୧୪ ରେ, କେଜ୍ରିୱାଲ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବାଇଜଲଙ୍କୁ ଚିଠି ପୂଜାକୁ ଦିଲ୍ଲୀରେ ଅନୁମତି ଦେବାକୁ ଚିଠି ଲେଖିଥିଲେ ।