ନୂଆଦିଲ୍ଲୀ: କରୋନା ମହାମାରୀ ଦେଶର ଅର୍ଥନୀତିକୁ ଏକପ୍ରକାର ଦୋହଲାଇ ଦେଇଛି । ଦୀର୍ଘ ୪ ଦଶନ୍ଧି ଭିତରେ ସବୁଠୁ ବଡ ସଂକଟ ଭିତରକୁ ଠେଲି ହୋଇ ଯାଇଛି ଦେଶର ଅର୍ଥନୀତି । କରୋନା ସହ ଲଢ଼େଇ ଭିତରେ ଆଜି ଆସିଛି ୨୦୨୦-୨୧ ଆର୍ଥିକ ବର୍ଷର, ବାର୍ଷିକ ଜିଡିପି ଅର୍ଥାତ ଗ୍ରସ ଡୋମେଷ୍ଟିକ୍ ପ୍ରଡକ୍ଟ ଅଭିବୃଦ୍ଧି ହାରର ରିପୋର୍ଟ । ଜିଡିପି ଅର୍ଥାତ ଗ୍ରସ ଡୋମେଷ୍ଟିକ୍ ପ୍ରଡକ୍ଟ ହେଉଛି, ଗୋଟିଏ ବର୍ଷ ଭିତରେ ଦେଶରେ ଉତ୍ପାଦିତ ହେଉଥିବା ସମସ୍ତ ସାମଗ୍ରୀ ଓ ସେବାର ମୂଲ୍ୟ ।
ଭାରତ ସରକାରଙ୍କ ପକ୍ଷରୁ ଆକଳନ କରାଯାଇଥିବା ଏହି ରିପୋର୍ଟ ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଜିଡିପି ଗ୍ରୋଥ୍ ରେଟ୍ ରହିଛି ମାଇନସ୍ ୭.୩ ପ୍ରତିଶତ । ଯାହାକି ଗତ ଚାରି ଦଶନ୍ଧି ଭିତରେ ସର୍ବନିମ୍ନ । ୧୯୭୯-୮୦ ବର୍ଷରେ ଶେଷ ଥର ପାଇଁ ଦେଶର ଜିଡିପି ଅଭିବୃଦ୍ଧି ହାର ମାଇନସ ୫.୨୦ ପ୍ରତିଶତ ରହିଥିଲା । କିନ୍ତୁ ଏହା ପରେ କୌଣସି ବର୍ଷ ଦେଶର ଜିଡିପି ଅଭିବୃଦ୍ଧି ହାର ଶୂନ ତଳକୁ ଖସି ନଥିଲା । ଏପରିକି ୧୯୯୧-୯୨ରେ ବି ଆର୍ଥକ ବର୍ଷର ଜିଡିପି ଅଭିବୃଦ୍ଧି ହାର ମଧ୍ୟ ୧.୪ ପ୍ରତିଶତ ରହିଥିଲା । ହେଲେ, କରୋନା ମହାମାରୀର ମାଡ ଦେଶର ଅର୍ଥନୀତିକୁ ଦୋହଲାଇ ଦେଇଛି ।
ପ୍ରଥମ ଥର ପାଇଁ ଦେଶର ଅର୍ଥନୀତି ଏତେ ତଳକୁ ଖସି ଆସିଛି । କିନ୍ତୁ ଏହି ଖବର ଭିତରେ ଆଶ୍ୱସ୍ତିର ଖବର ହେଉଛି, ଗତ ଆର୍ଥିକ ବର୍ଷରେ ପ୍ରଥମ ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ମାଇନସ୍ ୨୩.୯ ପ୍ରତିଶତକୁ ଖସି ଆସିଥିବାବେଳେ ପୁଣି ଥରେ ଟ୍ରାକକୁ ଫେରୁଛି । ଜିଡିପି ଅଭିବୃଦ୍ଧି ହାର ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ସରକାରଙ୍କ ରିପୋର୍ଟ ଅନୁସାରେ ଶେଷ ତିନିମାସରେ ବା ଚଳିତ ବର୍ଷର ମାର୍ଚ୍ଚରୁ ମେ ମାସ ମଧ୍ୟରେ ଜିଡିପି ଅଭିବୃଦ୍ଧି ହାର ୧.୬ ପ୍ରତିଶତକୁ ବୃଦ୍ଧି ପାଇଛି । ଏକ ନିର୍ଦ୍ଧିଷ୍ଟ ସମୟ ଭିତରେ ଗୋଟିଏ ଦେଶରେ ଉତ୍ପାଦିତ ହେଉଥିବା ସମସ୍ତ ଦ୍ରବ୍ୟ ଓ ସେବାର ଆର୍ଥିକ ମୂଲ୍ୟକୁ ଜିଡିପି ବୋଲି କୁହାଯାଏ । କୌଣସି ଦେଶର ଜିଡିପିରୁ ଜଣାପଡିଥାଏ ସେହି ଦେଶର ଅର୍ଥନୀତ କେ
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା