ମେଷ: ବାପା ମାଆଙ୍କ ସହିତ ବସି ଘରର ରୂପରେଖ ତିଆରି କରିବେ। କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଡାକ୍ତରଙ୍କର ସମାଜରେ ଖ୍ୟାତି ବଢ଼ିବ।
ବୃଷ: ଜୀବନରେ କିଛି ପରିବର୍ତ୍ତନ ଲାଗି ମାନସମନ୍ଥନ କରିବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।
ମିଥୁନ: ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କିଣାବିକାରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।
କର୍କଟ: ଅର୍ଥ ମାମଲାରେ ଜୀବନସାଥୀଙ୍କୁ ସାହାଯ୍ୟ ଦରକାର ପଡ଼ିପାରେ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଖାଦ୍ୟ ପାନୀୟ ପ୍ରତି ସଚେତ ରୁହନ୍ତୁ।
ସିଂହ: ଆପଣଙ୍କ ବ୍ୟକ୍ତିତ୍ବ ସୁବାସ ଭଳି ଚାରିଆଡ଼େ ପ୍ରସାରିତ ହେବ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ ରହିବ। ଛାତ୍ର କାମ ସଂପୂର୍ଣ୍ଣ କରିବା ପାଇଁ ବାପାଙ୍କର ସାହାଯ୍ୟ ନେବେ।
କନ୍ୟା: କୌଣସି ପୁରୁଣା ବନ୍ଧୁ କଥା ମନେ ପଡ଼ିବ। ବ୍ୟବସାୟରେ ଉନ୍ନତି ହେବ। ବକେୟା ଅର୍ଥ ପାଇବେ। ଜୀବନସାଥୀଙ୍କ ସହିତ ଭଲ ସମୟ ଅତିବାହିତ କରିବେ।
ତୁଳା: ଅଫିସରେ ଅଧୁରା କାମ ସଂପୂର୍ଣ୍ଣ କରିବାରେ ବ୍ୟସ୍ତ ରହିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଶୁଭ। ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ ଲାଗିବ।
ବିଛା: ଭାଇ ଭଉଣୀ କୌଣସି କାମରେ ଆପଣଙ୍କୁ ସାହାଯ୍ୟ କରିବେ। ସରକାରୀ ଚାକିରିଜୀବୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ପ୍ରେମୀଯୁଗଳ ଭବିଷ୍ୟତ ନେଇ ଯୋଜନା କରିବେ।
ଧନୁ: ଅଧିକ ସମୟ ପରିବାର ଲୋକଙ୍କ ସହିତ ଅତିବାହିତ କରିବେ। ନ ଭାବିଚିନ୍ତି କୌଣସି ମୀମାଂସା କରନ୍ତୁ ନାହିଁ। ଚାକିରିଜୀବୀଙ୍କର ଆୟ ବୃଦ୍ଧି ହେବ।
ମକର: ପ୍ରତ୍ୟେକ କାମରେ ସାବଧାନ ରହିବା ଦରକାର। ନୂଆ ଜମି କିଣିବା ଲାଗି ଦିନଟି ଶୁଭ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ହେବ।
କୁମ୍ଭ: ଆପଣଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଦରକାର। ନିଜ ମନର କଥା କାହାରିକୁ ଜଣାନ୍ତୁ ନାହିଁ। ଛାତ୍ରଙ୍କୁ କୌଣସି ନୂଆ ପ୍ରୋଜେକ୍ଟ ମିଳିବ।
ମୀନ: ଅଚାନକ ଧନଲାଭ ଯୋଗ ରହିଛି। ସନ୍ଧ୍ୟାରେ କୌଣସି ବନ୍ଧୁ ସହିତ ଦୀର୍ଘ ସମୟ କଥା ହେବେ। ପୂର୍ବ ବିଚାର ଛାଡ଼ି ନୂଆ ବିଚାର ଗ୍ରହଣ କରିବେ।
More Stories
କୋରାପୁଟ ଲକ୍ଷ୍ମୀପୁର ରୁ କଂଗ୍ରେସ ପ୍ରାର୍ଥୀ
ପିପିଲି ରୁ ରିଙ୍କୁ
କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଙ୍କ ପରଲୋକ