Headlines Odisha Tv

An Odia News Portal

ଓଲଟି ପଡ଼ିଲା ଗୋରୁ ବୋଝେଇ କଣ୍ଟେନର, ୧୨ ମୃତ

ଜଳେଶ୍ୱର: ବେଆଇନ ଭାବେ ଗୋରୁ ଚାଲାଣ ବେଳେ ଓଲଟି ପଡ଼ିଲା କଣ୍ଟେନର । ଆଖି ବୁଜିଲେ ୨୦ରୁ ଊର୍ଦ୍ଧ୍ୱ ଗୋରୁ । କଣ୍ଟେନରରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ୫୭ ନଂ ରାଜ୍ୟ ରାଜପଥରେ ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି। ଆଜି ଭୋରରୁ  ପ୍ରାୟ ୨୦୦ରୁ ଅଧିକ  ଗୋରୁଙ୍କୁ ଧରି ଏକ କଣ୍ଟେନର ଦ୍ରୁତ ଗତିରେ ଭୋଗରାଇ ବ୍ଲକ ଅତିକ୍ରମ କରୁଥିଲା। ତ୍ର ମହାନ୍ତି ଛକ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ସେଥିରେ ଥିବା ଗୋରୁଙ୍କୁ ଉଦ୍ଧାର କରିଥିବା ବେଳେ ସେଥିମଧ୍ୟରୁ ୮ଟିର ମୃତ୍ୟୁ ହୋଇ ସାରିଥିଲା। ଏହି ସଂଖ୍ୟା ୧୨କୁ ବୃଦ୍ଧି ପାଇଲାଣି।  ଖବର ପାଇ ମେରାଇନ ଡ୍ରାଇଭ ଥାନା ପୁଲିସ୍‌ ପହଞ୍ଚି ଗାଡ଼ିକୁ ଅଟକ ରଖିବା ସହ ଡ୍ରାଇଭରକୁ ଅଟକ ରଖିଛି। ଏନେଇ ଜଣେ ଆରଏସ୍‌ଏସ୍‌ କାର୍ଯ୍ୟକର୍ତ୍ତା କହିଛନ୍ତି, ପ୍ରଶାସନର ନାକ ତଳେ ବେଧଡ଼କ ଭାବେ ଗୋରୁ ଚାଲାଣ ହେଉଛିପ୍ରଶାସନ ଜାଣତରେ ଏପରି କାମ ହେଉଥିବା ବେଳେ ପ୍ରଶାସନ ଚୁପଚାପ ବସି ରହୁଛି ।  ଆରଏସ୍‌ଏସ୍‌, ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ତତ୍ପରତା ଭିତ୍ତିରେ ଦୁର୍ଘଟଣାର ଶିକାର ହୋଇଥିବା ଗୋ ମାତାଙ୍କ ସେବା କରୁଛନ୍ତି । ଆସନ୍ତା ଦିନରେ ଗୋ-ରକ୍ଷା କରିବାକୁ ଉପଯୁକ୍ତ ପଦକ୍ଷେପ ନେବୁ । ଆବଶ୍ୟକ ପଡ଼ିଲେ ଆନ୍ଦୋଳନ କରିବୁ। ଜାତୀୟ ରାଜପଥରେ ଥିବା ବସ୍ତା, ଜଳେଶ୍ୱର, ଭୋଗରାଇ ଥାନା ଓ ରାଜଘାଟ ଚେକ୍‌ ପଏଣ୍ଟ ପାର ହୋଇ କିପରି ପଶ୍ଚିମ ବଙ୍ଗ ସୀମାକୁ ଗୋରୁ ଗାଡି ପହଞ୍ଚି ଦୁର୍ଘଟଣା ଘଟିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାବାଦ ପ୍ରତିଦିନ ବହୁ ସଂଖ୍ୟାରେ ଗୋରୁ ଗାଡ଼ି ଓଡ଼ିଶା ସୀମା ଅତିକ୍ରମ କରି ଯାଉଥିବା ବେଳେ ପୁଲିସ୍‌ କିପରି ଟେର ପାଇପାରୁନି ତାହା ସହଜେ ହଜମ ହେଉନି।