Headlines Odisha Tv

An Odia News Portal

ଆଜିଠାରୁ ଲାଗୁ ହେବ ସରକାରଙ୍କ ନୂଆ ଲକଡାଉନ ଗାଇଡଲାଇନ୍

ହେଡ଼ଲାଇନ୍ସ ଓଡ଼ିଶା (ମିନତୀ ବଳ) : ଆଜିଠାରୁ ରାଜ୍ୟରେ ଲାଗୁ ହେବ ନୂଆ ଲକଡାଉନ କଟକଣା । ନୂଆ ନିର୍ଦ୍ଦେଶାବଳୀ ଅନୁସାରେ ଆଜିଠାରୁ ସାରାରାଜ୍ୟରେ ଖୋଲିବ ଜିମ, ସ୍ପା, ସେଲୁନ, ବ୍ୟୁଟିପାର୍ଲର । ସେହିପରି କେବଳ ପୁରୀକୁ ଛାଡି ସାରାରାଜ୍ୟରେ ଗଡିବ ବସ୍ । ସିଟ କ୍ଷମତା ଅନୁସାରେ ଯାତ୍ରୀଙ୍କୁ ନେଇ ଯାତ୍ରା କରିପାରିବେ । ଡ୍ରାଇଭର ସହ ଦୁଇ ଜଣ ଯାତ୍ରୀଙ୍କୁ ନେଇ କାର-ଅଟୋ ରିକ୍ସା ଚଳାଚଳ କରିପାରିବେ । ରେଷ୍ଟୁରାଂଟ ଓ ଢ଼ାବା ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ କେବଳ ପାର୍ସଲ ପାଇଁ ଅନୁମତି ଦିଆଯାଇଛି । ଅର୍ଥାତ କେହି ବସି ଖାଇପାରିବେ ନାହିଁ । ହେଲେ, ରାଜ୍ୟର ସମସ୍ତ ଥାନାରେ ପାର୍କ, ମଲ, ସିନେମା ହଲ ବନ୍ଦ ରହିବ । ତେବେ କାଟାଗୋରୀ ଏ’ରେ ଥିବା ଜିଲ୍ଲାଗୁଡିକରେ ସାପ୍ତାହିକ ଓ ଦୈନିକ ହାଟ ଖୋଲିବାକୁ ଅନୁମତି ଦିଆଯାଇଥିଲେ ବି କାଟାଗୋରୀ ବିରେ ଥିବା ଜିଲ୍ଳାରେ ବାରଣ କରାଯାଇଛି । ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାର ୧୭ ଜିଲ୍ଲା ସମେତ କେନ୍ଦୁଝର ,ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାକୁ କାଟାଗୋରୀ ‘ଏ’ରେ ଓ ଅବିଭକ୍ତ ପୁରୀ, କଟକ , ବାଲେଶ୍ୱର ଓ ମୟୂରଭଞ୍ଜର ୧୦ଟି ଜିଲ୍ଲାକୁ କାଟାଗୋରୀ ‘ବି’ରେ ରଖାଯାଇଛି ।