Headlines Odisha Tv

An Odia News Portal

୩ ମହଲା କୋଠାରୁ ୨ ଶିଶୁକନ୍ୟାଙ୍କୁ ଫିଙ୍ଗିଦେଲା ଯୁବକ

ପାଟଣା, ଫେବ୍ରୁଆରୀ ୦୪ : ବିହାରର ରାଜଧାନୀ ପାଟଣାରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଜଣେ ଯୁବକ ୨ଜଣ ନାବାଳିକାଙ୍କୁ ୩ ମହଲା କୋଠା ଉପରୁ ଫିଙ୍ଗି ଦେଇଛି । ଏଥିରୁ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ଅଭିଯୁକ୍ତକୁ ନେଇ ଯାଉଥିବା ବେଳେ ଲୋକେ ପୋଲିସ ଉପରକୁ ପଥରମାଡ଼ କରିଛନ୍ତି । ଏଥିରେ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏଥି ସହିତ ଉତ୍ତେଜିତ ଲୋକେ କିଛି ଯାନବାହନରେ ନିଆଁ ଲଗାଇ ଦେଇଛନ୍ତି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।  ଏହି ଘଟଣା ପାଟଣା ସହରର ବାହାଦୂରପୁର ଅଞ୍ଚଳରେ ଘଟିଛି । ସ୍ଥାନୀୟ ୱାର୍ଡ ପାର୍ଷଦ ସତୀଶ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ରାମକୃଷ୍ଣ କଲୋନୀରେ ମୁନ୍ନାର ଘର ରହିଛି । ଏଠାରେ ଫଳ ବ୍ୟବସାୟ କରୁଥିବା ନନ୍ଦଲାଲ ଗୁପ୍ତାଙ୍କ ପରିବାର ରୁହନ୍ତି । ତାଙ୍କର ୨ ଜଣ ଶିଶୁକନ୍ୟା, ଯେଉଁମାନଙ୍କ ନାମ ଶାଲୁ ଓ ସଲୋନୀ । ସାନଝିଅର ବୟସ ୧୦ ବର୍ଷ ହୋଇଥିବା ବେଳେ ବଡ଼ଝିଅର ବୟସ ୧୨ ବର୍ଷ । ଗୁରୁବାର ବିବେକ ନାଁରେ ଜଣେ ଯୁବକ ୫ ମହଲା କୋଠା ଉପରୁ ଫିଙ୍ଗି ଦେଇଥିଲା । ଏଥିରୁ ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ତେବେ ଅଭିଯୁକ୍ତ ଶିଶୁକନ୍ୟାକୁ ଫିଙ୍ଗିବାର କାରଣ କହୁନାହିଁ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।