ଶ୍ରୀନଗର, ଅକ୍ଟୋବର ୧୨ : ଜମୁ କଶ୍ମୀରର ପୁଞ୍ଛ ସେକ୍ଟରରେ ସୋମବାର ସକାଳୁ ଆତଙ୍କବାଦୀଙ୍କ ସହିତ ହୋଇଥିବା ଏନକାଉଣ୍ଟରରେ ୫ ଜଣ ଯବାନ ସହିଦ ହୋଇଯାଇଥିଲେ। ଏଥିରେ ଜଣେ ଜେସିଓ ଓ ଅନ୍ୟ ୪ ଜଣ ଯବାନ ସାମିଲ ଥିଲେ। ଯବାନମାନେ ସହିଦ ହେବା ପରେ ସୁରକ୍ଷା ବାହିନୀର ଯବାନମାନେ ସର୍ଚ୍ଚ ଅପରେଶନ କରିଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ ଯବାନମାନେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏଥର ଏନକାଉଣ୍ଟର କଶ୍ମୀରର ଶୋପିଆରେ ଆରମ୍ଭ ହୋଇଛି, ଯେଉଁଠି ସୁରକ୍ଷା ବାହିନୀ ୩ରୁ ୪ ଜଣ ଆତଙ୍କବାଦୀଙ୍କୁ ଘେରି ରଖିଥିଲେ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଲଶ୍କର-ଏ-ତୈବା (ଟିଆରଏଫ)ର ୩ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାବଳ ନିହତ କରି ପ୍ରତିଶୋଧ ନେଇଛନ୍ତି। ଏହା ପୂର୍ବରୁ ସୁରକ୍ଷା ବାହିନୀ ସୋମବାର ସକାଳୁ ଅନନ୍ତନାଗ ଓ ବାନ୍ଦୀପୋରାରେ ହୋଇଥିବା ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ।
ଜମୁ କଶ୍ମୀର ପୋଲିସ ଓ ସୁରକ୍ଷା ବଳ ମିଶି ଏହି ଅପରେଶନକୁ ସଫଳ କରିଛନ୍ତି। କଶ୍ମୀର ଜୋନ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଶୋପିଆ ଏନକାଉଣ୍ଟରେ ଲଶ୍କର-ଏ-ତୈବା (ଟିଆରଏଫ)ର ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ମୂଳପୋଛ କରିବା ପାଇଁ ସେନା କାର୍ଯ୍ୟନୁଷ୍ଠାନ ନେଇଛି। ସର୍ଚ୍ଚ ଅପରେଶନ ଜାରି ରହିଛି
ଜମୁ କଶ୍ମୀର ଡିଜିପି ଦିଲବାଗ ସିଂହ କହିଛନ୍ତି ଯେ, ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସୋମବାର ସନ୍ଧ୍ୟାରେ ଶୋପିଆରେ ସର୍ଚ୍ଚ ଅପରେଶନ କରାଯାଇଥିଲା। ଶୋପିଆର ତୁଳରାନରେ ହୋଇଥିବା ଏନକାଉଣ୍ଟରରେ ୩-୪ ଜଣ ଆତଙ୍କବାଦୀ ଫସିଯାଇଥିଲେ। ଖେରୀପୋରୀ ଶୋପିଆରେ ଆଉ ଏକ ଅପରେଶନ ଆରମ୍ଭ ହୋଇଛି। ଡିଜିପି କହିଛନ୍ତି ଯେ, ବିଗତ ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ୩ୟ ଏନକାଉଣ୍ଟର।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା