ସମ୍ବଲପୁର , ସେପ୍ଟେମ୍ବର 23 : ହୀରାକୁଦ ଡ୍ୟାମ୍ର ଖୋଲିଲା ଆଉ ୪ଟି ଗେଟ୍ । ବର୍ତ୍ତମାନ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବରେ ୮ଟି ଏବଂ ଡାହାଣ ପାର୍ଶ୍ବରେ ୪ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ ଜାରି ରହିଛି । ତେବେ ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୯.୮୩ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୧, ୫୦, ୪୧୯ କ୍ୟୁସେକ ଜଳ ।
ସେହିଭଳି ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ୨, ୨୦, ୪୧୮ କ୍ୟୁସେକ ଜଳ । ହୀରାକୁଦର ମୋଟ ଏବେ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ଲଘୁଚାପଜନିତ ବର୍ଷା ପରେ ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି ଉପୁଜିଛି । ଲଗାତାର ବିପଦ ସଙ୍କେତ ଉପରେ ରହୁଥିବା ଜଳକା ଆହୁରି ଉଛୁଳି ବିଭିନ୍ନ ସ୍ଥାନରେ ବନ୍ଧ ଭାଙ୍ଗି ଗାଁରେ ପଶିଛି । ସୁବର୍ଣ୍ଣରେଖା ଓ ବୈତରଣୀ ମଧ୍ୟ ଫୁଲିବାରେ ଲାଗିଛି ।
More Stories
କୋରାପୁଟ ୨୦୨୪ ପୋରବ ଉଦ୍ଘାଟିତ, ପ୍ରତି ବ୍ଲକରେ ଆଣିଲେ ମସାଲ୍
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ