ମୁମ୍ବାଇ,୦୭/୦୪: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଭୟଙ୍କର । ସେଠାକାର ଜନତାଙ୍କୁ ସାଧାରଣ ସାମଗ୍ରୀ ମଧ୍ୟ ମିଳୁନି । ଲୋକେ ଆନ୍ଦୋଳନ କରୁଛନ୍ତି । ଏହାମଧ୍ୟରେ ଭାରତ ଶ୍ରୀଲଙ୍କାକୁ ବଢାଇଛି ସାହାଯ୍ୟର ହାତ । ଚାଉଳି, ଡିଜେଲ ଆଦି ଶ୍ରୀଲଙ୍କାକୁ ପଠାଉଛନ୍ତି ଭାରତ ସରକାର । ଯାହାକୁ ପ୍ରଶଂସା କରିଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍ ସନତ ଜୟସୂରିୟା । ଭାରତକୁ ସେ ବଡ ଭାଇ ବୋଲି କହିଛନ୍ତି । ସନତ କହିଛନ୍ତି ଯେ, ସର୍ବଦା ଭାରତ ଶ୍ରୀଲଙ୍କାର ଏକ ଉତ୍ତମ ପଡୋଶୀ ହୋଇ ରହି ଆସିଛି । ବଡ ଭାଇ ଭଳି ସାହାଯ୍ୟ କରୁଛି । ସେ ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୃତକ୍ଷତା ଜ୍ଞାପନ କରିଛନ୍ତି । ତେବେ ସେ ଭାରତ ଓ ଅନ୍ୟ ଦେଶର ସାହାଯ୍ୟରେ ସଙ୍କଟରୁ ମୁକୁଳିବେ ବୋଲି ଆଶା ରଖିଛନ୍ତି । ଏହାସହ ସନତ ଭାରତକୁ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଆହୁରି ମଧ୍ୟ ସେ ଜନତାଙ୍କୁ ନିଜର ସମର୍ଥନ ଜଣାଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଦେଶରେ ଇନ୍ଧନ ସଙ୍କଟ ରହିଛି । ଖାଇବାକୁ ମିଳୁନି । ତେଣୁ ଲୋକେ ବିରୋଧ କରୁଛନ୍ତି । ସ୍ଥିତିକୁ ଠିକସେ ନିୟନ୍ତ୍ରଣ ନକଲେ ଆହୁରି ସଙ୍ଗୀନ ହୋଇୟିବ । ଲୋକେ ଏପରି ସ୍ଥିତି ପାଇଁ ବର୍ତ୍ତମାନର ସରକାରଙ୍କୁ ଦାୟୀ କରୁଛନ୍ତି । ଏବେ ଦାୟିତ୍ୱ ସରକାରଙ୍କର । ସେ ସଙ୍କଟକୁ ନିଜ ଆଖିରେ ଦେଖିଛନ୍ତି । ଜରୁରୀ ସାମଗ୍ରୀ ପାଇଁ ୩ରୁ ୪ କିମି ଯାଏଁ ଗାଡି ଲାଇନ୍ ଲମ୍ବୁଛି ।ସୂଚନାଯୋଗ୍ୟ, ଭାରତ ଶ୍ରୀଲଙ୍କାକୁ ୨୭୦୦୦୦ ମାଟ୍ରିକ ଟନରୁ ଅଧିକ ଇନ୍ଧନ ଯୋଗାଇଛି । ଯାହା ଦେଶକୁ ବିଜୁଳି ସଙ୍କଟରୁ ରକ୍ଷା କରିବାରେ ସାହାଯ୍ୟ ହେବ । ଶ୍ରୀଲଙ୍କାରେ କରୋନା ମହାମାରୀ ଆରମ୍ଭ ହେଲା ପରଠୁ ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଥିଲା ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା