ଭୁବନେଶ୍ୱର, ସେପ୍ଟେମ୍ବର 29 : ରାଜ୍ୟରେ ଦିନକୁ ଦିନ ବେଆଇନ୍ କାରବାର ବଢୁଥିବା ବେଳେ ପୋଲିସ୍ ଙ୍କୁ ଏହି ସବୁ ମାଫିଆ ମାନଙ୍କୁ ଧରିବା ଏକ ପ୍ରକାର ଚାଲେଞ୍ଜ ହୋଇପଡ଼ିଛି ଫଳରେ ପୋଲିସ୍ ଆଖିରେ ଧୁଳି ଦେଇ ବେଆଇନ୍ କାର୍ଯ୍ୟ କରିବାରେ ଲାଗିପଡ଼ିଛନ୍ତି ଅନେକ ମାଫିଆ ।
ଏହାରି ଭିତରେ ଆଠଗଡ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜ ଅଞ୍ଚଳରେ ବିଭିନ୍ନ ଗ୍ରାମରେ ବନବିଭଗ ପକ୍ଷରୁ ଚଢାଉ କରାଯାଇଛି । ଫଳରେ ବେଆଇନ ଭାବେ ରଖିଥିବା କାଠ କୋଇଲା କୁ ଜବତ କରିଛି ବନବିଭଗ ।
ବିଭିନ୍ନ ସମୟରେ କୋଇଲା ମାଫିଆ ମାନେ ଗଛ କାଟି କୋଇଲା ପ୍ରସ୍ତୁତ କରି ବିକ୍ରି ଉଦ୍ଦେଶ୍ୟରେ ରଖିଥିଲେ । ଯାହା ଫଳରେ ବନ ବିଭାଗର କର୍ମଚାରୀ ମାନେ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ୫୦ ବସ୍ତା କାଠ କୋଇଲା ଜବତ କରିଛି ବନ ବିଭାଗ । ବାରମ୍ବାର ଏପରି ଖବର ପ୍ରକାଶ ପାଉଥିଲେ ମଧ୍ୟ ବନ ଅଧିକାରୀଙ୍କ କୌଣସି ନିଘା ନାହିଁ ।
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l