Headlines Odisha Tv

An Odia News Portal

ଭାରତକୁ ଫେରୁଛି ଟିକ୍‌ଟକ୍‌ 

ନୂଆଦିଲ୍ଲୀ ୦୨।୦୬ : ଭାରତକୁ ପୁଣି ଫେରିବାକୁ ଯୋଜନା କରୁଛି ଟିକ୍‌ଟକ୍‌। ପୁଣି ଥରେ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିବ ଟିକ୍‌ଟକରସ୍‌ଙ୍କୁ।ଏହି ଖବର ଶୁଣି ଫ୍ୟାନ୍ସମାନେ ଖୁସି ହୋଇଯାଇଥିବେ। ସୋସିଆଲ ମିଡିଆ ପ୍ଲାଟଫର୍ମର ମୁଳ କମ୍ପାନୀ ବାଇଟ୍ ଡାନ୍ସ ଏହି ସ୍ଥାନକୁ ପୁଣି ଥରେ ପ୍ରବେଶ କରିବା ପାଇଁ ଭାରତରେ ନୂଆ ପାର୍ଟନର୍ସକୁ ଖୋଜୁଛି । କହିବାକୁ ଗଲେ ଭାରତ ସରକାର ୨୦୨୦ ଲୋକପ୍ରିୟ ସର୍ଟ ଭିଡିଓ ସେୟାରିଂ ପ୍ଲାଟଫର୍ମକୁ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା । ସରକାର ଏହି ପ୍ରତିବନ୍ଧକ ପାଇଁ  ରାଷ୍ଟ୍ରୀୟ ସୁରକ୍ଷାର କାରଣ ଦର୍ଶାଇଛନ୍ତି ଏବଂ ସେବେ ଠାରୁ ଟିକଟକ୍ ଉପଲବ୍ଧ ହୋଇ ନାହିଁ । କିନ୍ତୁ ଏହି ମାମଲାରେ ଜଡିତ ଥିବା ସୁତ୍ରରେ ଦର୍ଶାଇଛି କି  ଏହା ଖୁବ୍‌ ଶୀଘ୍ର ବଦଳିପାରେ। ଖବର ଅନୁଯାୟୀ, ଚୀନ୍‌ ଫର୍ମ ହିରାନନ୍ଦାନି ଗ୍ରୁପ୍ ସହ ପାର୍ଟନରଶିପ୍‌ ପାଇଁ ଆଲୋଚନା କରୁଛି। ଏହି ଗ୍ରୁପ୍‌ ହେଉଛି ମୁମ୍ବାଇର ଏକ ଫାର୍ମ ଯାହା ୟୋଟା ଇନଫ୍ରାଷ୍ଟ୍ରକଚର ସଲ୍ୟୁସନ୍ ଅଧୀନରେ ଡାଟା ସେଣ୍ଟର ପରିଚାଳନା କରିଥାଏ । ତେବେ ସୂତ୍ରରୁ ପ୍ରକାଶ ଯେ ଏହି ଯୋଜନାଗୁଡିକ ବିଷୟରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ସୂଚନା ଦିଆଯାଇଛି। ଏହା ବ୍ୟତୀତ ଜଣେ ବରିଷ୍ଠ ସରକାରୀ ଅଧିକାରୀ ନିର୍ଦ୍ଦିଷ୍ଟ ଭାବରେ କହିଛନ୍ତି ଯେ “ଆମ ସହ ଏପର୍ଯ୍ୟନ୍ତ କୌଣସି  ଆନୁଷ୍ଠାନିକ ଆଲୋଚନା ହୋଇନାହିଁ। କିନ୍ତୁ, ଯୋଜନାଗୁଡିକ ବିଷୟ ଗୁଡିକରେ ଆମକୁ ଅବଗତ କରାଯାଇଛି । କିନ୍ତୁ ଯଦି ସେମାନେ ମଞ୍ଜୁରୀ ପାଇଁ ଆମ ପାଖକୁ ଆସିବେ, ତାହାଲେ ଆମେ ତାଙ୍କ ଅନୁରୋଧ ଉପରେ ଯାଞ୍ଜ କରିବୁ । ଏହା ସହ ତାହା ପାଇଁ କିଛି ନିୟମ ମଧ୍ୟ ରଖାଯିବ । ଯାହା ପ୍ଲାନ ଅନୁସାରେ ମାନିବାକୁ ପଡିବ ।