ନୂଆଦିଲ୍ଲୀ: ବିମାନ ଯାତ୍ରା ବେଳେ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତ ଶଙ୍କର ମିଶ୍ରା କେମିତି ଫସିଲେ। ଘଟଣା ପରେ ଫେରାର ଥିବା ଶଙ୍କରଙ୍କୁ କେମିତି ଗିରଫ କଲା ଦିଲ୍ଲୀ ପୁଲିସ। ପୂରା ରହସ୍ୟ ଉପରୁ ଏବେ ପରଦା ହଟିଛି। ସମ୍ପୃକ୍ତ ମହିଳାଙ୍କ ପ୍ରତି ଅସଭ୍ୟ ଆଚରଣ ପରେ ଶଙ୍କର ଗିରଫଦାରୀକୁ ଏଡ଼ାଇବା ପାଇଁ ଫେରାର ଥିଲେ। ତେବେ ତାଙ୍କର ସମସ୍ତ ଗତିବିଧି ଉପରେ ନଜର ରଖିବାକୁ ପୁଲିସ ତତ୍ପର ହୋଇଥିଲା। ଏଥିପାଇଁ ବିମାନ ବନ୍ଦର ପୁଲିସକୁ ଆଲର୍ଟ କରାଯାଇଥିଲା। ଏଥିସହ ତାଙ୍କ ଫୋନ୍ ଏବଂ ସମସ୍ତ ଡଜିଟାଲ କାରବାର ସମ୍ପର୍କରେ ନଜର ରଖିଥିଲା ଦିଲ୍ଲୀ ପୁଲିସ। ଘଟଣା ପରେ ଶଙ୍କର ତାଙ୍କ ଫୋନ୍ ସୁଇଚ୍ ଅଫ କରିଥିବା ବେଳେ ନିଜ ସମ୍ପର୍କକୀୟଙ୍କ ସହ ସୋଶାଲ ମିଡିଆରେ ଯୋଗଯୋଗ କରୁଥିଲେ। ଫଳରେ ଏହି ସୁଯୋଗ ହିଁ ପୁଲିସକୁ ବାଟ ଦେଖାଇଥିଲା। ସୁରାଗ ପାଇ ପୁଲିସ ବେଙ୍ଗାଲୁରୁରେ ଛାନଭିନ୍ ଜାରି ରଖିଥିଲା। ଏମିତିକି ଶଙ୍କର ଟଙ୍କା ଉଠାଇବା ପାଇଁ କ୍ରେଡିଟ ଏବଂ ଡେବିଟ୍ କାର୍ଡ଼ ବ୍ୟବହାର କରୁଥିଲେ। ଫଳରେ ପୁଲିସ ଲୋକେଶନ ଚିହ୍ନଟ ପରେ ଶଙ୍କର ବେଙ୍ଗାଲୁରୁରେ ତାଙ୍କ ଭଉଣୀଙ୍କ ଘରେ ରହୁଥିବା ଜଣାପଡ଼ିଥିଲା। ଗତକାଲି ରାତିରେ ଛାପା ମାରି ପୁଲିସ ଶଙ୍କରକୁ ଗିରଫ କରିଛି । ତେବେ ଅଧିକ ଜେରା ପାଇଁ ପୁଲିସ ତାଙ୍କୁ ଦିଲ୍ଲୀ ନେବ ବୋଲି ଜଣାପଡ଼ିଛି । ଗତ ନଭେମ୍ବର ମାସରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନର ବିଜିନେସ କ୍ଲାସରେ ଯାତ୍ରା କରୁଥିଲେ ଶଙ୍କର। ସେ ନିଶାଗ୍ରସ୍ତ ଅବସ୍ତରେ ଜଣେ ବୃଦ୍ଧା ମହିଳାଙ୍କ ଉପରେ ପରିସ୍ରା କରିଦେଇଥିଲେ। ଏହି ଘଟଣାକୁ ନେଇ ଡିଜିସିଏ ପକ୍ଷରୁ ଏୟାର ଇଣ୍ଡିଆକୁ ନୋଟିସ କରାଯାଇଥିଲା।
ଭଉଣୀ ଘରୁ କେମତି ଠାବ ହେଲେ ଶଙ୍କର ମିଶ୍ରା

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ