ସମ୍ବଲପୁର ୦୮।୧୦ : ସମ୍ବଲପୁର ପାଂଚଗୋଛିଆ ନିକଟରେ ବାଇକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୩ଜଣଙ୍କ ମୃ୍ତ୍ୟୁ ହୋଇଛି। ହୀରାକୁଦର ୨ ଜଣ ଯୁବକ ପ୍ରାଣ ହରାଇଛନ୍ତି। ସେମାନଙ୍କ ନାମ ଇଣ୍ଡଲ କଲୋନୀର ସନ୍ତୋଷ ନାୟକ ଓ ଅନ୍ୟ ଜଣେ କଦମପଡାର ପିୟୁଷ ରାଉତ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଉଭୟ ଯାତ୍ରା ଦେଖିବା ପାଇଁ ଯାଉଥିବାବେଳେ ଜଣେ ବୃଦ୍ଧଙ୍କୁ ଧକ୍କା ଦେବା ସହ ଇଲେକ୍ଟ୍ରି ପୋଲରେ ପିଟି ହୋଇଯାଇଥିଲେ । ଯାହାଫଳରେ ତିନି ଜଣ ଗୁରୁତର ହୋଇ ଘଟଣାସ୍ଥଳରେ ପଡ଼ିଯାଇଥିଲେ । ସେଠାରୁ ସେମାନଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତିନିଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ବୃଦ୍ଧଙ୍କୁ ଧକ୍କା ଦେଇ ଖୁଣ୍ଟରେ ପିଟି ହେଲା ବାଇକ୍, ୩ ମୃତ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ