ରାଉରକେଲା : ଆଜି ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂଧ୍ୟା ୭ଟାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ରେ ଭାରତ-ସ୍ପେନ୍ ମ୍ୟାଚ୍ ଖେଳାଯିବ । ଭାରତ ମ୍ୟାଚ୍ ଦେଖିବାକୁ ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତ କରିବେ । ପ୍ରଥମ ଦିନରେ ନୂଆ ତିଆରି ହୋଇଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ଇଂଲଣ୍ଡ-େଓ୍ଵଲସ୍ ଓ ଦ୍ୱିତୀୟ ମ୍ୟାଚରେ ଭାରତ-ସ୍ପେନ ମଧ୍ୟରେ ହେବ । ଉଦଘାଟନୀ ମ୍ୟାଚ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ । ବିଶ୍ୱକପ ହକି ଗ୍ରାମରେ ରହିବେ ନବୀନ ପଟ୍ଟନାୟକ । ସିକିମ ମୁଖ୍ୟମନ୍ତ୍ରୀ ଓ ଏଫଆଇଏଚ ଓ ହକି ଇଣ୍ଡିଆର ବରିଶ୍ଠ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିଶ୍ୱକପ ପାଇଁ ରାଉରକେଲାରେ ନାହିଁ ନଥିବା ଉତ୍ସାହ ।
ବିଶ୍ୱକପ ହକି ପାଇଁ ବିର୍ସା ମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତ, ଆଜି ମ୍ୟାଚ ଦେଖିବେ ନବୀନ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ