ବିଶ୍ବ ମାତୃ ଦିବସରେ ବାଲୁକା ଶିଳ୍ପୀ ସତ୍ୟଙ୍କ କୃତିତ୍ବ, କଏନରେ ପ୍ରତିକୃତି ଆଙ୍କିଲେ
ବ୍ରହ୍ମପୁର:-ବିଶ୍ୱ ମାତୃ ଦିବସ ଆସିଲେ ଆମେ ମା’ଙ୍କୁ ମନେପକାଉ, ବାକି ଦିନ ହେଲେ ମା’ଯେମିତି ଆଲୋଡନ କରିଦିଅନ୍ତି l ମାତୃଦିବସ ଆସିଲେ ହିଁ ମା’ଙ୍କୁ ମନେ ପକାନ୍ତି l କେତେ ନିଷ୍ତୁର ଏହି ସମାଜ, ସମସ୍ତଙ୍କର ଛୁଟି ଅଛି କିନ୍ତୁ ମା’ର ଛୁଟି ନାହିଁ l ମା’ସବୁ ବେଳେ ତାର ଛୁଆକୁ ସବୁ ଦାଉରୁ ରକ୍ଷା କରିଥାଏ କିନ୍ତୁ ପୁଅ ବଡ଼ ହେଲା ପରେ ମା’ଙ୍କୁ ବୃଦ୍ଧାଆଶ୍ରମରେ ଛାଡିଦିଏ l ଏହାକୁ ଆଖି ଆଗରେ ରଖି
ବିଶ୍ବ ମାତୃ ଦିବସ ପାଳନ ଅବସରରେ ବାଲୁକା ଶିଳ୍ପୀ ସତ୍ଯ ନାରାୟଣ ମହାରଣା ୭୩୮ ଟି ନୂଆ ପୁରୁଣା କଏନ ମାଧ୍ୟମରେ ମା’ ଓ ଶିଶୁଙ୍କ ପ୍ରତିକୃତି ଆଙ୍କିଛନ୍ତି l ବିଶ୍ୱକୁ ଜଣାଇବାକୁ ଚାହୁଁଛନ୍ତି ଯେ ମା’ର ଋଣ କିଏ ମଧ୍ୟ ସୁଜିପାରିବ ନାହିଁ l ଏଥିସହିତ ଜାଇରେ ହେପି ହେପି ମଦର୍ସ ଡେ ଲେଖୁଛନ୍ତି l ଏଭଳି କଳାକୃତି କରିବାର ର ଉଦ୍ଦେଶ୍ୟ ହେଉଛି ଆଜିକାଲି ଯୁବ ସମାଜ ପଇସାରେ ମା ଓ ବାପାଙ୍କୁ ତୁଳନା କରି ସେମାନଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଇ ଆସୁଛନ୍ତି l ଯାହା ଏକ ଦୁଃଖଦାୟକ ଘଟଣା l ଶୈଶବରେ ମା ଯେଭଳି ଲାଳନପାଳନ କରି ଆମକୁ ବଞ୍ଚିବାର ରାହା ଦେଖାଇଛନ୍ତି ତାଙ୍କ ଅବଦାନକୁ ଦୃଦୟଙ୍ଗମ କରିବା ଆମ ପକ୍ଷରେ ସମ୍ଭବ ହେଉନି l ସନ୍ତାନ ଯେତେବେଳେ ବଡ଼ ହୋଇ ରୋଜଗାରକ୍ଷମ ହେଉଛି ସ୍ବାର୍ଥପରତାବଶତଃ ବୃଦ୍ଧ ପିତାମାତାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଆସିବାକୁ ପଶ୍ଚାତପଦ ହେଉନାହାନ୍ତି l ଆଜି ଭଳି ବିଶ୍ବ ମାତୃ ଦିବସରେ ପିତାମାତାଙ୍କ ଅବଦାନକୁ ହୃଦୟଙ୍ଗମ କରି ତାଙ୍କର ଆଶୀର୍ବାଦର ପାତ୍ର ହେବାକୁ ଅlମେ ଶପଥ ନେବା ଉଚିତ ଏଭଳି ଏକ ବାର୍ଭା ଆମ ପାଇଁ ଆହ୍ଵାନ ହେଉ ସତ୍ୟଙ୍କ କଳାକୃତିର ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଛନ୍ତି l
More Stories
କୋରାପୁଟ ୨୦୨୪ ପୋରବ ଉଦ୍ଘାଟିତ, ପ୍ରତି ବ୍ଲକରେ ଆଣିଲେ ମସାଲ୍
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ