Headlines Odisha Tv

An Odia News Portal

ବଢିଚାଲିଛି ବର୍ଷା-ଅନୁଭବ ବିବାଦ

କଟକ, ସେପ୍ଟେମ୍ବର ୧ : ବଢିଚାଲିଛି ବର୍ଷା-ଅନୁଭବ ବିବାଦ । ଆଜି ଫ୍ୟାମିଲି କୋର୍ଟରେ ଖାରଜ ହୋଇଯାଇଛି ବର୍ଷାଙ୍କ ଆବେଦନ । ଅନୁଭବ ତାଙ୍କ ଛାଡପତ୍ର ମାମଲା ପାଇଁ ମିଥ୍ୟା ସତ୍ୟପଠା ଦାଖଲ କରିଥିବା ଦର୍ଶାଇ ବର୍ଷାଙ୍କ ତରଫରୁ ଦାଖଲ ହୋଇଥିବା ମାମଲାକୁ ଆଜି କୋର୍ଟ ଖାରଜ କରି ଦେଇଛନ୍ତି । ଏହି ଆବେଦନରେ ବର୍ଷା କହିଥିଲେ ଯେ ଅନୁଭବ ସେମାନଙ୍କର ବାହାଘର ଦିଲ୍ଲୀରେ ହୋଇଥିବା ଦର୍ଶାଇଥିଲେ ଯାହା ମିଥ୍ୟା ଅଟେ । ତେବେ ଅନୁଭବଙ୍କ ପକ୍ଷ ରଖୁଥିବା ପ୍ରତିପକ୍ଷ ଆଇନଜୀବୀ ଆଲୋକ କୁମାର ମହାପାତ୍ର ଏହା ଏକ ଅନିଛାକୃତ ତୃଟି ବୋଲି କହିଥିଲେ । ଯାହା ଟାଇପ୍ ସମ୍ବଧିତ ଭୁଲ ବୋଲି ସେ କହିଛନ୍ତି ।  ପୁର୍ବରୁ ଛାଡପତ୍ର ମାମଲାକୁ ତ୍ୱରିତ କରିବା ପାଇଁ ଅନୁଭବ ହାଇକୋର୍ଟରେ ଦାୟର କରିଥବା ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଥିଲେ । ତେବେ ଫ୍ୟାମିଲି କୋର୍ଟ ମାମଲାର ପରବର୍ତ୍ତ ଶୁଣାଣି ସେପ୍ଟେମ୍ବର ୧୪ ତାରିଖରେ ଧାର୍ଯ୍ୟ କରାଯାଇଛି । ପ୍ରଥମେ ଅନୁଭବ ଦିଲ୍ଲ୍‌ୀର ପଟିଆଲା କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ଏହ ।ପରେ ସୁପ୍ରୀମକୋର୍ଟଙ୍କ ନିର୍ଦେଶ କ୍ରମେ ମାମଲା କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର ହୋଇଥିଲା ।