ପାଟଣା୧୯/୧୧: ପାଟଣା ରେଞ୍ଜକୁ ପୁଣି ଫେରିଛନ୍ତି ୨୪ ଟିକିଆ ହାତୀପଲ । ବିଳମ୍ବିତ ରାତିରେ ହାତୀପଲ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜରୁ ଆସି ବନବିର ନିକଟରେ ବୈତରଣୀ ନଦୀ ପାର ହୋଇ ପାଟଣା ରେଞ୍ଜକୁ ପ୍ରବେଶ କରିଛନ୍ତି । ହାତୀପଲ ଆସିବା ବାଟରେ ସାହାରପଡା ସେକ୍ସନ ଅଞ୍ଚଳରେ ବ୍ୟାପକ ଧାନ ଫସଲ ସହ ପନି ପରିବା ଚାଷକୁ ନଷ୍ଟ କରିଛନ୍ତି ।ହାତୀପଲ ବନବୀର, ଡ଼ାଳପକା, ଖଡିବେଡା, କୁଦାବେଡା, ରେଙ୍ଗାଳବେଡା ଓ କଟାବେଡା ଅଞ୍ଚଳରେ ହୋଇଥିବା ପାଚିଲା ଧାନକୁ ଖାଇ ନଷ୍ଟ କରିଛନ୍ତି । ଏବେ ହାତୀପଲ ପୁରୁଣାପାଣି ଗାଁ ନିକଟ ଜଙ୍ଗଲ ରେ ଡେରା ପକାଇଛନ୍ତି । ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ଅଞ୍ଚଳ ବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଖୁବ ଶୀଘ୍ର ହାତୀପଲଙ୍କୁ ଏ ଅଞ୍ଚଳରୁ ଘଉଡାଇବା ସହ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
More Stories
କୋରାପୁଟ ୨୦୨୪ ପୋରବ ଉଦ୍ଘାଟିତ, ପ୍ରତି ବ୍ଲକରେ ଆଣିଲେ ମସାଲ୍
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ