ଚନ୍ଦ୍ରଭାଗା: ଆଜି ପବିତ୍ର ମାଘ ସପ୍ତମୀ । ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ମାଘମେଳା ପାଇଁ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। କଡା ସୁରକ୍ଷା ମଧ୍ୟରେ ତିନି ଠାକୁର ମହାପ୍ରଭୁ ତ୍ରିବେଣୀଶ୍ୱର,ଐଶାନେଶ୍ଵର ,ଦକ୍ଷିଣଶ୍ଵର ପାରମ୍ପାରିକ ଶୋଭାଯାତ୍ରାରେ ଆସି ଚନ୍ଦ୍ରଭାଗା ତୀର୍ଥ ପୁଜା ମଣ୍ଡପରେ ପହଞ୍ଚିବା ପରେ ଭୋର ୪-୩୦ରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ମହାସ୍ନାନ କରାଯାଇଛି । ଠାକୁର ମାନଙ୍କ ମହାସ୍ନାନ ପରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି । ଏ ଅବସରରେ ସାଧୁସନ୍ଥଙ୍କ ଦ୍ୱାରା ଚନ୍ଦ୍ରଭାଗା ତୀର୍ଥ ପୁଷ୍କରୀଣୀରେ ଆଳତୀ କରାଯାଇଥିଲା । ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବାକୁ ହିନ୍ଦୁ ଧର୍ମାବଲମ୍ବୀ ଏହି ପବିତ୍ର ଦିନରେ ବୁଡ ପକାଇ ସୁର୍ଯ୍ୟ ଦର୍ଶନ କରିଥାନ୍ତି । ଚଳିତ ବର୍ଷ ବୁଡକୁ ଶୃଙ୍ଖଳିତ ସହ କରିବା ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ ନିୟୋଜିତ ହୋଇଛନ୍ତି ।
ପବିତ୍ର ମାଘମେଳାରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ ! ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ