Headlines Odisha Tv

An Odia News Portal

ଦେଶରେ ପୁଣି କରୋନା ଉପରମୁହାଁ

ନୂଆଦିଲ୍ଲୀ, ଅଗଷ୍ଟ ୨୫ : ଦିନକ ପରେ ଦେଶରେ କରୋନା ଭାଇରସ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୧ ହଜାର ୧୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । କିନ୍ତୁ ଆଶ୍ୱସ୍ତିକର ଖବରରେ ଏହି ସମୟ ମଧ୍ୟରେ ୫୫ ହଜାର ୯୪୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।  ୭୩୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବିଗତ ୨୪ ଘଣ୍ଟା ପୂର୍ବରୁ ଦେଶରେ ୧୧ ହଜାର ୩୫୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହି ସମୟ ମଧ୍ୟରେ ୧୭ ହଜାର ୪୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୬୬ ଜଣଙ୍କର ମୃତ୍ୟୁ ହୋଇଥିଲା । କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟର ରିପୋର୍ଟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୮ ହଜାର ୯୫୬କୁ ହ୍ରାସ ପାଇଛି । ଦେଶରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୨୫ ଲକ୍ଷ ୧୧ ହଜାର ୩୭୦ ହଜାର  ଥିବା ବେଳେ ମୃତ୍ୟୁ ସଂଖ୍ୟା  ୪ ଲକ୍ଷ ୩୫ ହଜାର ୭୮୮କୁ ବୃଦ୍ଧି ପାଇଥିବା କୁହାଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଆସିବା ପରେ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଠିକ ତଥ୍ୟ ଆସିବ ।