ପୁରୀ, ସେପ୍ଟେମ୍ବର ୧୦ : ଆଜିଠାରୁ ତିନି ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ପୂର୍ବ ଏସଓପି ଅନୁଯାୟୀ ଶନିବାର ଓ ରବିବାର ବି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ।
ଆଜି ଠାରୁ ତିନିଦିନ ଶ୍ରୀମନ୍ଦିର ବନ୍ଦ ରହିବା ପରେ ସୋମବାର ଠାରୁ ଭକ୍ତମାନେ ପରିବର୍ତ୍ତିତ ନୂଆ ଏସଓପି ଅନୁସାରେ ଦର୍ଶନ କରିବେ । ନୂଆ ଏସଓପି ଅନୁସାରେ କେବଳ ରବିବାର ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ରବିବାର ଶ୍ରୀମନ୍ଦିରକୁ ସାନିଟାଇଜ କରାଯିବ । ବାକି ୬ ଦିନ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ସକାଳ ୭ଟାରୁ ରାତି ୯ଟା ଯାଏଁ ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ରହିବ ।
ସେହିପରି ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ ଉପରେ ଲାଗିଥିବା କଟକଣାକୁ ହଟାଇ ଦିଆଯାଇଛି । ସୋମବାର ଠାରୁ ଭକ୍ତମାନେ ଆନନ୍ଦବଜାରରେ ବସି ପରିବାର ସହିତ ମହାପ୍ରସାଦ ସେବନ କରିପାରିବେ । ଏହାସହିତ ମହାପ୍ରଭୁଙ୍କ ପାଇଁ ଫୁଲ, ଦୀପ, ଧୂପ ନେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା