କେନ୍ୟୁଜ୍: ଆଉଏକ ଭଣ୍ଡ ବାବା ଏବେ ଜେଲ ହାଜତରେ । ହରିଆଣାର ଚର୍ଚ୍ଚିତ ଜଲେବି ବାବା ଓରଫ ଅମରପୁରୀ ନାଗାଙ୍କୁ ଜେଲର ସଜା ଶୁଣାଇଛନ୍ତି କୋର୍ଟ । ଫତେହାବାଦ ଫାଷ୍ଟଟ୍ରାକ କୋର୍ଟ ବାବାଙ୍କୁ ୧୪ ବର୍ଷର ସଜା ଶୁଣାଇଛନ୍ତି । ଏହାସହ ୩୫ ହଜାର ଟଙ୍କାର ତଣ୍ଡ ଗଣିବେ ବାବା ଅମରପୁରୀ । ମହିଳା ଓ ସୁନ୍ଦରୀ ଯୁବତୀଙ୍କ ସହ ଘଟାଉଥିଲା ଜଘନ୍ୟ କାଣ୍ଡ । ୧୦୦ରୁ ଉର୍ଦ୍ଧ୍ୱ ମହିଳାଙ୍କ ସହ କରିଥିଲା ଦୁଷ୍କର୍ମ । ଆଇପିସିର ଧାରା ୩୭୬(ଗ), ପୋକସୋ ଆଇନ ଓ ଆଇଟି ଆଇନର ଧାରା ୬୭ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା । ୨୦୧୮ରେ ହରିଆଣା ଟୋହନାରୁ ଗିରଫ କରିଥିଲା ପୋଲିସ । ୫ ଜାନୁଆରୀ ୨୦୨୩ରେ ଅମରପୁରୀକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଏହାପରେ ୧୦ ଜାନୁଆରୀରେ ସଜା ଶୁଣାଇଥିଲେ ଫତେହାବାଦ ଫାଷ୍ଟଟ୍ରାକ କୋର୍ଟ । ସଜାପରେ କୋର୍ଟରେ ଖୁବ୍ କାନ୍ଦିଥିଲା ଜେଲେବି ବାବା । ଅମରପୁରୀ ନାଗା ସାଧୁ ଓରଫ ବିଲ୍ଲ । ଜଲେବି ବାବା ନାରେ ହାଇଲାଇଟ । ବୟସ ପ୍ରାୟ ୬୧ । ମିଠା ଦୋକାନୀରୁ ଜଲେବି ବାବା । ହରିଆଣା ଟୋହନାର ଶ୍ରୀ ବାବା ବାଳକନାଥ ମନ୍ଦିରରେ ଗଢିଥିଲା କଳା ସାମ୍ରାଜ୍ୟ । ଆଶ୍ରମରେ ଚଳାଇଥିଲା ସେକ୍ସ ର୍ୟାକେଟ । ଧର୍ମର ଚାଦର ଭିତରେ କରୁଥିଲା ଏପରି ଜଘନ୍ୟ ଅପରାଧ । ଏପରି ଅପରାଧ ଯାହାର ହୁଏତ କ୍ଷମା ନାହିଁ । ନୀରିହ ମହିଳା ଓ ଯୁବତୀଙ୍କୁ ଫସାଉଥିଲା ନିଜ ମାୟା ଜାଲରେ । ପ୍ରଥମେ ସେକ୍ସ ତାପରେ ବ୍ଲାକ ମେଲ । ଯିଏ ଥରେ ଫସିଲା ତାର ମୁକିଲିବା ହୁଏତ ପୁରା ମୁସ୍କିଲ ଥିଲା । ବାରମ୍ବାର ତା ଜାଳରେ ଫସୁଥିଲେ ଯୁବତୀ । ଫସି ଚାଲିଥିଲେ ହେଲେ ବାବାର ବିରୋଧରେ ମୁହଁ ଖୋଲିବାର ସାହାସ କରୁନଥିଲେ ।ଆଶ୍ରମ ଭିତରେ ରହିଥିଲା ଜଲେବି ବାବାଙ୍କ ସିକ୍ରେଟ ରୁମ୍ । ଆଶ୍ରମକୁ ଆସୁଥିବା ସୁନ୍ଦରୀ ଯୁବତୀଙ୍କ ପ୍ରସାଦରେ ନିଶାଦେଇ ନିଜ ଜାଲରେ ଫସାଉଥିଲା । ଏହାପରେ ନେଇ ଯାଉଥିଲା ଏହି ସିକ୍ରେଟ ରୁମ୍କୁ । ସିକ୍ରେଟ ରୁମ୍ ଭିତରେ ଯୁବତୀ ଓ ମହିଳାଙ୍କ ସହ ଦୁଷ୍କର୍ମ କରୁଥିଲା । ଏହାର ପୁରା ଭିଡଓ ରେକର୍ଡିଂ କରୁଥିଲା ଭଦ୍ରମୁଖା ପିନ୍ଧା ବାବା ବିଲ୍ଲ । ଭିଡିଓ ଭାଇରାଲ କରିବାର ଭୟ ଦେଖାଇ ବାରମ୍ବାର ତାଙ୍କ ସହ ଏଭଳି ଜଘନ୍ୟ କାଣ୍ଡ ଭିଆଇ ଚାଲିଥିଲା । ହେଲେ କେହି କିନ୍ତୁ ମୁହଁ ଖୋଲୁ ନଥିଲେ । ପ୍ରତ୍ୟେକଥର ନୂଆ ନୂଆ ଯୁବତୀଙ୍କୁ ନିଜ ଜାଲରେ ଫସାଉଥିଲା ଅମରପୁରୀ । ହେଲ କେହି କିନ୍ତୁ ଏହାର ଟେର ପାଇପାରୁ ନଥିଲେ । ଏତିକିରେ ସରି ନଥିଲା ଏହାର କଳା କାରନାମା । ଟୋହନାର ଏହି ଜଲେବି ବାବା ମହିଳାଙ୍କ ସହ ଘଟାଉଥିଲା ଜଘନ୍ୟ କାଣ୍ଡ । ଚା ରେ ନିଶା ଔଷଧ ମିଶାଇ ପିଇବାକୁ ଦେଉଥିଲା । ପ୍ରସାଦ କହିକି ମହିଳାଙ୍କୁ ଅଫିମ ଖାଇବାକୁ ଦେଉଥିଲା । ନିଶାଦେଇ ମହିଳାଙ୍କ ସହ ଦୁଷ୍କର୍ମ କରୁଥିଲା । କେବଳ ଯେ ଦୁଷ୍କର୍ମ କରୁଥିଲା ତାହାନୁହେଁ ଏହାର ଭିଡିଓ ସବୁ ରେକର୍ଡ କରୁଥିଲା । ପରେ ଏହି ଭିଡିଓକୁ ବ୍ୟବହାର କରି ମହିଳାଙ୍କୁ କରୁଥିଲା ବ୍ଲାକମେଲ ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା