ନୂଆଦିଲ୍ଲୀ ୧୭/୦୩: ମଧ୍ୟପ୍ରଦେଶର ବୈତୁଲରେ ଏକ ଚଳନ୍ତା ବସ୍ତରେ ନିଆଁ ଲାଗିଯାଇଛି । ତେବେ ସୌଭାଗ୍ୟକ୍ରମେ କୌଣସି ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ । ବସରୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବସଟି ଭୋପାଳରୁ ହାଇଦ୍ରାବାଦ ଯାଉଥିଲା ବୋଲି ସୂଚନା ମିଳିଛି । ରିପୋର୍ଟ ଅନୁସାରେ, ଏକ ଭଲଭୋ ବସ୍ ୩୫ରୁ ୪୦ ଯାତ୍ରୀଙ୍କୁ ନେଇ ଭୋପାଳରୁ ହାଇଦ୍ରାବାଦ ଯାଉଥିଲା । ତେବେ ଜାତୀୟ ରାଜପଥ ୬୯ରେ ନୀମପାନି ଗ୍ରାମ ପାଖରେ ବସରେ ନିଆଁ ଲାଗିଯାଇଥିଲା । ରାତି ପ୍ରାୟ ୯.୩୦ ମିନିଟରେ ଏହି ଅଘଟଣ ଘଟିଥିଲା । ବସରୁ ଧୂଆଁ ବାହାରିବା ପରେ ସବୁ ଯାତ୍ରୀ ପାଟି କରିଥିଲେ । ପାଟି ଶୁଣି ଡ୍ରାଇଭର ବସ୍ ରୋକିବା ସହ ସବୁ ଯାତ୍ରୀଙ୍କୁ ତଳକୁ ଓହ୍ଲାଇଥିଲେ । ଏନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ପହଁଚିବା ପୂର୍ବରୁ ବସଟି ଜଳି ଯାଇଥିଲା । କୁହାଯାଉଛି ଯେ, ଚକା ଫାଟି ଯିବାରୁ ବସରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାର ତଦନ୍ତ ଜାରି ରହିଛି । ବସର ଡ୍ରାଇଭର ଓ କଣ୍ଡକ୍ଟର ହିଁ ସବୁ ଯାତ୍ରୀଙ୍କୁ ବାହାର କରିଥିବା ଯାତ୍ରୀମାନେ କହିଛନ୍ତି ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା