ନୂଆଦିଲ୍ଲୀ, ୧୦/୧୧: କୋଏମ୍ବାଟୁର ବିସ୍ପୋରଣ ମାମଲାରେ ଆକ୍ସନକୁ ଆସିଛି ଏନଆଇଏ। ଗୁରୁବାର ତାମିଲନାଡୁ କୋଏମ୍ବାଟୁରରେ କାର୍ରେ ହୋଇଥିବା ସିଲିଣ୍ଡର ବ୍ଲାଷ୍ଟ୍ ମାମଲାରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସୀ ଏନଆଇଏ ଚେନ୍ନାଇ ସହ ୨୦ ଟି ସ୍ଥାନରେ ଚଢ଼ଉ କରିଛି। ଏନଆଇଏ ଚେନ୍ନାଇର ପୁଡୁପେଟ୍, ମନ୍ନାଦୀ, ଜମାଲିୟା ଏବଂ ପରେମ୍ବୁର ରେ ରେଡ୍ କରିଥିଲା। ସେହିଭଳି କୋଏମ୍ବାଟୁରର କୋଟ୍ଟେମେଡୁ, ଉକ୍କଦମ, ପୋନବିଝା ନଗର ଏବଂ ସ୍ଥୀନାପୁରୀରେ ମଧ୍ୟ ରେଡ୍ ହୋଇଥିଲା। ଏନଆଇଏ ଅଧିକାରୀ, ବିସ୍ପୋରଣରେ ଜଡ଼ିତ ସନ୍ଦିଗ୍ଧ ଏବଂ ପ୍ରତିବନ୍ଧିତ ସଂଗଠନଙ୍କ ସମର୍ଥନ କରୁଥବା ସନ୍ଦିଗ୍ଧଙ୍କ ସମ୍ପତ୍ତି ଉପରେ ରେଡ୍ କରିଛି। ରେଡ୍ରେ ଚେନ୍ନାଇ ଏବଂ କୋଚିନର ଏନଆଇଏ ଅଧିକାରୀ ସାମିଲ ଥିଲେ। ସୂଚନାଯୋଗ୍ୟ, ଗତ ୨୩ ଅକ୍ଟୋବର ସନ୍ଧ୍ୟାରେ ଏକ କାର ସିଲିଣ୍ଡର ବିସ୍ପୋରଣ ହୋଇଥିଲା। ଏହି ଘଟଣାରେ କାର୍ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଯାଞ୍ଚ ଆଧାରରେ ପୋଲିସ୍ ପାଞ୍ଚ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଥିଲା। ଯାଞ୍ଚରେ ପୋଟାସିୟମ ସହତ ୧୦୯ ବସ୍ତୁ ଜବତ ହୋଇଥିଲା।
More Stories
କୋରାପୁଟ ୨୦୨୪ ପୋରବ ଉଦ୍ଘାଟିତ, ପ୍ରତି ବ୍ଲକରେ ଆଣିଲେ ମସାଲ୍
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ