କେନ୍ଦୁଝର: ହାତୀ ମୃତ୍ୟୁ ନେଇ କେନ୍ଦୁଝର ଜିଲ୍ଲା ଦୁର୍ନାମ ମୁଣ୍ଡାଇଛି। ଜିଲ୍ଲାରେ କେବଳ ହାତୀ ମରୁ ନାହାନ୍ତି ବନ୍ୟପ୍ରାଣୀ ହାତୀ, ଭାଲୁ ଓ ବାର୍ହା ଆକ୍ରମଣରେ ପ୍ରତ୍ୟେକ ବର୍ଷ ବହୁ ସଂଖ୍ୟାରେ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ସେହିପରି ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେଉଥିବାରୁ ଚାଷୀ ପରିବାରର ଆର୍ଥିକ ସ୍ଥିତି ବିଗିଡ଼ି ଯାଉଛି। ମିଳିଥିବା ସୂଚନା ଅନୁସାରେ, ୨୦୧୬-୧୭ ମସିହାରେ କେନ୍ଦୁଝର ଜିଲ୍ଲାରେ ବନ୍ୟଜନ୍ତୁ ଆକ୍ରମଣରେ ୧୦ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୩୦ ଲକ୍ଷ ଟଙ୍କା ବନ ବିଭାଗ ପ୍ରଦାନ କରିଛି। ସେହିପରି ୩୪ଜଣ ବନ୍ୟପ୍ରାଣୀ ଆକ୍ରମଣରେ ଆହତ ହୋଇଥିବା ବେଳେ ହାତୀ ୧୦୨ଜଣଙ୍କ ଘର ଭାଙ୍ଗିଛି। ୩୭୬୨ଜଣଙ୍କ ୯୫୧ ଏକର ଜମିର ଫସଲ ନଷ୍ଟ କରିଛି। ୨୦୧୭-୧୮ରେ ବନ୍ୟଜନ୍ତୁ ଆକ୍ରମଣରେ ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ପରିବାରକୁ ବନ ବିଭାଗ ପକ୍ଷରୁ ୨୯ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ଏହିବର୍ଷ ୨୬ଜଣ ବନ୍ୟପ୍ରାଣୀ ଆକ୍ରମଣରେ ଆହତ ହୋଇଥିବା ବେଳେ ହାତୀ ୨୧୬ଜଣଙ୍କ ଘର ଭାଙ୍ଗିଛି। ୩୫୧୭ଜଣଙ୍କ ୯୦୫ ଏକର ଜମିର ଫସଲ ନଷ୍ଟ କରିଛି।
କେନ୍ଦୁଝରରେ ବନ୍ୟପ୍ରାଣୀ ଉପଦ୍ରବ: ମାରୁଛନ୍ତି, ମରୁଛନ୍ତି

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ