ନୂଆଦିଲ୍ଲୀ, ନଭେମ୍ବର ୨୮ : ପୁରା ବିଶ୍ୱରେ ଏବେ ଓମିକ୍ରନ୍ ଆତଙ୍କ । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ଏବେ ଦୃତ ଗତିରେ ଦେଶ ମାନଙ୍କରେ ବ୍ୟାପିବା ଆରମ୍ଭ କରିଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱ ସମୂହ । ତେବେ ବର୍ତ୍ତମାନ ଓମିକ୍ରନ୍ କୁ ନେଇ ଆଫିକ୍ରୀୟ ଦେଶ ଗୁଡିକ ଉପରେ କଟକଣା ବୃଦ୍ଧି ପାଇଛି । ଦକ୍ଷିଣ ଆଫ୍ରିକା ଉପରେ ଏକ ପ୍ରକାର ସବୁ ଦେଶ କଟକଣା ଜାରି କରିସାରିଲେଣି ।
ଦକ୍ଷିଣ ଆଫ୍ରିକାରୁ କେହି ବାଂଲାଦେଶ ନଆସିବାକୁ ବାଂଲାଦେଶ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ୫୦ଟି ଆଫ୍ରିକୀୟ ଦେଶ ଉପରେ ୧୪ ଦିନ ପାଇଁ କଟକଣା ଲଗାଇଲେ ଇସ୍ରାଏଲ ସରକାର । ଅନ୍ୟପଟେ ୮ଟି ଆଫ୍ରିକୀୟ ଦେଶରୁ ଆସିବା ଉପରେ କଟକଣା ଜାରି କଲା ଇଣ୍ଡୋନେସିଆ । ଏହାଛଡା ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ୟୁରୋପୀୟ ସଂଘ, ଇରାନ୍, ଜାପାନ୍, ଥାଇଲାଣ୍ଡ, ନୁଜିଲାଣ୍ଡ ମଧ୍ୟ ଆଫ୍ରିକୀୟ ଦେଶ ଗୁଡିକ ଉପରେ ବ୍ୟାନ୍ ଲଗାଇଛନ୍ତି ।
More Stories
କୋରାପୁଟ ୨୦୨୪ ପୋରବ ଉଦ୍ଘାଟିତ, ପ୍ରତି ବ୍ଲକରେ ଆଣିଲେ ମସାଲ୍
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ