ଆଜି ପୁଣି ହୀରାକୁଦ ଜଲଭଣ୍ଡାର ଆଉ୪ ଟି ଗେଟ ଖୋଲି ବନ୍ୟାଜଳ ନିଷ୍କାସନ କରିଛି । ଗତକାଲି ହୀରାକୁଦ ଜଲଭଣ୍ଡାର ୮ ଟି ଗେଟ ଖୋଲି ବନ୍ୟାଜଳ ନିଷ୍କାସନ କରିଥିଲା । ହେଲେ ହୀରାକୁଦ ଜଲସ୍ତର ଧିରେ ଧିରେ ବଢୁଥିବା ଯୋଗୁଁ ପୁଣି ଆଉ ୪ ଟି ଗେଟ ଖୋଲିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ତେବେ ଆଗକୁ ବଡ଼ ବର୍ଷା ଥିବାରୁ ହୀରାକୁଦ ଜଲଭଣ୍ଡାରର ଧିରେ ଧିରେ ଜଲସ୍ତର ଆହୁରି ବଢ଼ିବାର ସମ୍ଭାବନା ରହୁଛି । ତାକୁ ନଜରରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ୧୨ଟି ଗେଟ ଖୋଲାଥିବା ସତ୍ୱେ କୌଣସି ବନ୍ୟାଭୟ ନଥିବା କହିଛନ୍ତି । ସେପଟେ ଜଲଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୦ ହଜ଼ାର ୭୯୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୫୮ ହଜ଼ାର ୮୨୫ କ୍ୟୁସେକ ଜଳ ନିଷ୍କାସନ ହେଉଛି ।
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l