Headlines Odisha Tv

An Odia News Portal

ଆହୁରି ୫ଦିନ ବଢିବ ତାତି

Summer heat on the thermometer

ଭୁବନେଶ୍ୱର ୧୮।୦୪ : ଗ୍ରୀଷ୍ମ ଜ୍ୱାଳା ଥଣ୍ଡା ପଡ଼ିବାର ନାଁ ନେଉନି । ଦିନକୁ ଦିନ ତାତିର ପ୍ରକୋପ ଆହୁରି ପ୍ରଚଣ୍ଡ ହେଉଛି । ରାଜ୍ୟରେ ଆହୁରି ୫ଦିନ ତାତି ଜାରି ରହିବ । ଅଧିକାଂଶ ସ୍ଥାନରେ ଏହା ୪୦ଡିଗ୍ରୀ ପାର୍‌ କରିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୨ରୁ ୩ଡିଗ୍ରୀ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି । ସେପଟେ ନିଅଣ୍ଟିଆ ବର୍ଷା ସ୍ଥିତିକୁ ନେଇ ପାଣିପାଗ ବିଭାଗର ପରିସଂଖ୍ୟାନ ଚିନ୍ତାଜନକ । ମାର୍ଚ୍ଚ ୧ ତାରିଖରୁ ଏପ୍ରିଲ ୧୭ ତାରିଖ ଭିତରେ ୯ଟି ଜିଲ୍ଲାରେ ଆଦୌ ବର୍ଷା ହୋଇନି । ଏହି ସମୟ ଭିତରେ କିଛି ଅଞ୍ଚଳକୁ ମିଶାଇ ମାତ୍ର ୬.୩ ମିଲିମିଟର ବର୍ଷା ହୋଇଛି । ପ୍ରାୟ ୮୪% ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି । ରବିବାର ୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ତାତିର ପ୍ରକୋପ ବେଳେ ରାଜ୍ୟରୁ ବର୍ଷା ଗାଏବ ହୋଇଯାଇଛି । ନିଅଣ୍ଟିଆ ବର୍ଷା ସ୍ଥିତି ଉତ୍କଟ ରୂପ ନେଲାଣି ।ରବିବାର ସୋନପୁରର ତାପମାତ୍ରା ସର୍ବାଧିକ ୪୩.୨ ଡିଗ୍ରୀ ରହିଛି । ଅନୁଗୁଳର ୪୩.୧, ଝାରସୁଗୁଡ଼ାର ୪୨.୯, ବଲାଙ୍ଗୀରର ୪୨.୪, ବୌଦ୍ଧର ୪୨, ପାରଳାଖେମୁଣ୍ଡିରେ ୪୧, ସମ୍ବଲପୁରର ୪୦.୮, ଭବାନୀପାଟଣାରେ ୪୦.୬, ଟିଟିଲାଗଡ଼ର ୪୦.୫, ହୀରାକୁଦର ୪୦.୩, ବାରିପଦାର ୪୦ ଓ ଛତ୍ରପୁରର ତାପମାତ୍ରା ୪୦ଡିଗ୍ରୀ ରେକର୍ଡ ହୋଇଛି ।

You may have missed

1 min read
1 min read