Headlines Odisha Tv

An Odia News Portal

ଆଜି ସୁନା ଦାମ୍‌ କମିଛି

ଭୁବନେଶ୍ୱର : ସୁନା କିଣିବାକୁ ଚାହୁଁଥିଲେ ଦୋକାନକୁ ଯିବା ପୂର୍ବରୁ ଜାଣିରଖନ୍ତୁ ଆଜିର ଦାମ୍‌ କେତେ ରହିଛି। ଗତକାଲି ଅପେକ୍ଷା ଆଜି ସୁନା ଦାମ୍‌ କମିଛି। ଆଜି ୩୦୦ ଟଙ୍କା କମିଛି ସୁନା। ଓଡିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ରହିଛି ୪୯,୯୯୦ ଟଙ୍କା। ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ରହିଛି ୫୩,୪୪୦ ଟଙ୍କା ରହିଛି।  ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୦୭୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୨,୪୭୦ ଟଙ୍କା ରହିଥିବା ଜଣାଯାଇଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୯,୩୦୦ ଟଙ୍କା ଓ ୫୩,୭୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୯,୩୦୦ ଟଙ୍କା ଓ ୫୩,୭୮୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୯,୬୯୨ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୪,୨୧୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୯,୩୦୦ ଟଙ୍କା ଓ ୫୩,୭୮୦ ଟଙ୍କା ରହିଛି। କିନ୍ତୁ ଆଜି ରୁପା ମୂଲ୍ୟ ହ୍ରାସ ପାଇଛି। ଆଜି ରୁପା କିଲୋଗ୍ରାମ ପ୍ରତି ୯୦୦ ଟଙ୍କା କମି ୬୭,୧୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।