ନୂଆଦିଲ୍ଲୀ, ଜାନୁଆରୀ ୧୦ : କରୋନାର ବର୍ଦ୍ଧିତ ସଂକ୍ରମଣ ମଧ୍ୟରେ ଆଜିଠାରୁ ଦେଶବ୍ୟାପୀ ପ୍ରୀକ୍ଶନ ଡୋଜ୍ ଟୀକାକରଣ ଆରମ୍ଭ ହେବାକୁ ଯାଉଛି। ଦେଶବ୍ୟାପୀ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷ ଅଥବା ଏଥିରୁ ଉର୍ଦ୍ଧ୍ବ ବୟସ୍କ ମାନଙ୍କୁ ଆଜି ପୂର୍ବାହ୍ନ ୯ଟାରୁ ପ୍ରୀକ୍ଶନ ଡୋଜ୍ ଦିଆଯିବ। କିନ୍ତୁ ଯେଉଁମାନେ କରୋନା ଟୀକାର ୨ୟ ଡୋଜ୍ ୯ ମାସ ପୂର୍ବରୁ ନେଇଥିଲେ, ସେହିମାନେ ବୁଷ୍ଟର ଡୋଜ୍ ନେଇପାରିବେ। ସମସ୍ତ କରୋନା ସମ୍ମୁଖ ଯୋଦ୍ଧା ଓ ସ୍ବାସ୍ଥ୍ୟକର୍ମୀ ତଥା ୬୦ ବର୍ଷ ଏବଂ ତା’ଠାରୁ ଊର୍ଦ୍ଧ୍ବ ବୟସ୍କ, ଯେଉଁମାନେ ଗୁରୁତର ରୋଗରେ ପୀଡିତ ଅଛନ୍ତି, ସେମାନଙ୍କ ପାଇଁ କୋଭିଡ-୧୯ ଟୀକାର ପ୍ରୀକ୍ଶନ ଡୋଜ୍ ଲାଗି ପଂଜିକରଣ ଜାନୁଆରୀ ୮ ତାରିଖ ଠାରୁ କୋୱିନ୍ ପୋର୍ଟାଲ ମାଧ୍ୟମରେ ଆରମ୍ଭ ହୋଇଛି।ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ର ଅନୁସାରେ ପାଖାପାଖି ୧.୦୫ କୋଟି ସ୍ବାସ୍ଥ୍ୟକର୍ମୀ, ୧.୯ କୋଟି ଅଗ୍ରୀମ ମୋର୍ଚ୍ଚାର କର୍ମୀ ଓ ୬୦ ବର୍ଷରୁ ଊର୍ଦ୍ଧ୍ବର ଅନ୍ୟ ରୋଗରେ ପୀଡିତ ୨.୭୫ କୋଟି ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ । କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ବିନା ପଞ୍ଜିକରଣରେ ସିଧାସଳଖ ଟୀକା କେନ୍ଦ୍ରରେ ମଧ୍ୟ ବୁଷ୍ଟର ଡୋଜ୍ ନିଆଯାଇପାରିବ। ସେହିପିର ଯେଉଁମାନେ ପୂର୍ବରୁ ୨ଟି ଟିକା ନେଇ ଥିଲେ, ସେହି କଂପାନୀର ବୁଷ୍ଟର ଡୋଜ୍ ଟିକା ନେବେ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା