କୋରାପୁଟ ୧୦।୦୩ : ଟଙ୍କା ହଡ଼ପ ଅଭିଯୋଗରେ ନିଲମ୍ବିତ । ତିନିଜଣ ବରିଷ୍ଠ ଅଧିକାରୀ ଓ ଜଣେ କିରାଣୀଙ୍କୁ ରାଜସ୍ୱ ବିଭାଗ ଦ୍ୱାରା ନିଲମ୍ବିତ କରାଯାଇଛି । ପଟାଙ୍ଗି ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ୩ କୋଟି ୭୦ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ପଟାଙ୍ଗି ତହସିଲଦାର , ଅତିରିକ୍ତ ତହସିଲଦାର ଓ ପୂର୍ବତନ ତହସିଲଦାର ତଥା ମୟୁରଭଞ୍ଜ ଜିଲ୍ଲାରେ ବିଡିଓ ଦାୟିତ୍ୱରେ ଥିବା ଅରୁଣ କୁମାର ଖଣ୍ଡଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ୨୦୧୭ ରୁ ୨୦୨୨ ମଧ୍ୟରେ ୩ କୋଟି ୭୦ ଲକ୍ଷ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଅର୍ଥ ହଡପ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି । କିରାଣୀ ସୁଧିର କୁମାର ସାହୁ ହଡପ କରିଥିବା ଅଭିଯୋଗ ଆସିଥିଲା । ଦୀର୍ଘ ଦିନର କୋଟି କୋଟି ଟଙ୍କାର ଦୁର୍ନୀତି ପଦାକୁ ଆଣିବାକୁ ଯାଇ ନିଜ ଫସିଲେ ପଟାଙ୍ଗିର ବର୍ତ୍ତମାନର ତହସିଲଦାର ହରିପଦ ମଣ୍ଡଳ । କିରାଣୀ ସୁଧିର କୁମାର ସାହୁଙ୍କ ଅନିୟମିତତାକୁ ପଦାକୁ ଆଣି ନିଜେ ଫସିଛନ୍ତି ତହସିଲଦାର । କିରାଣୀଙ୍କ ବିରୋଧରେ ପଟାଙ୍ଗି ଥାନାରେ ଏତଲା ଦେବା ସହ ଅର୍ଥ ହେରଫେର ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ତହସିଲଦାର ।
ଅର୍ଥ ହେର୍ଫେର୍ ପଦାକୁ ଆଣି ନିଜେ ଫସିଲେ ତହସିଲଦାର

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ