ମୁମ୍ବାଇ: ମସ୍ଜିଦରେ ଲାଉଡ୍ସ୍ପିକର ହଟାଇବା ନେଇ ରାଜ ଠାକରେ ମହାରାଷ୍ଟ୍ର ସରକାରଙ୍କୁ ଦେଇଥିବା ଅଲ୍ଟିମେଟମ୍ ଶେଷ ହୋଇଛି। ଗତକାଲି ଠାରୁ ଲାଉଡ୍ସ୍ପିକରରେ ଆଜାନ ଶୁଭିଲେ ଲାଉଡ୍ସ୍ପିକରରେ ହନୁମାନ ଚାଳିଶା ବଜାଇବା ପାଇଁ ଆହ୍ୱାନ ଦେଇଛନ୍ତି ରାଜ୍ ଠାକ୍ରେ। ଆଉ ପୁଲିସର କଡ଼ା ବନ୍ଦୋବସ୍ତ ପରେ ବି ଆଜି ସକାଳେ କେତେକ ସ୍ଥାନରେ ମସ୍ଜିଦ୍ ସାମ୍ନାରେ ଲାଉଡସ୍ପିକରରେ ହନୁମାନ ଚାଳିଶା ବଜାଯାଇଛି। ଠିକ୍ ଆଜାନ ସମୟରେ ମୁମ୍ବାଇର କାନ୍ଦିବଲି ଚାରକୋପରେ ଏମ୍ଏନ୍ଏସ୍ର କର୍ମୀମାନେ ନିଜ ନିଜ ଛାତରେ ଲାଉଡ୍ସ୍ପିକର ରଖି ହନୁମାନ ଚାଳିଶା ବଜାଇଛନ୍ତି। ଅନ୍ୟପଟେ ଏହି ବିବାଦ ପରେ ପୁଲିସ ସିଆର୍ପିସି ଧାରା ୧୪୯ରେ MNS ମୁଖ୍ୟ ରାଜ ଠାକ୍ରେଙ୍କୁ ନୋଟିସ୍ ଜାରି କରିଛି। ଜ୍ଞାତ ଅପରାଧିମାନଙ୍କୁ ରୋକିବା ପାଇଁ ଏହି ଧାରାରେ ନୋଟିସ ଜାରି କରାଯାଇଥାଏ। ସେମାନଙ୍କୁ ଜ୍ଞାତ ଅପରାଧି କୁହାଯାଏ ଯେଉଁମାନଙ୍କୁ ପୁଲିସ ବିନା ୱାରେଣ୍ଟରେ ଗିରଫ କରିପାରିବ। ଘଟଣାର ଅପ୍ଡେଟ୍ ଅନୁସାରେ ରାଜ ଠାକେରଙ୍କର ଚେତାବନୀ ପରେ ପୁଲିସ ଅନେକ MNS କର୍ମୀଙ୍କୁ ଅଟକ ରଖିଛି। ନୀତିନ ନାୟକ, ପ୍ରବୀଣ ହଙ୍ଗେ, ଶରଦ ଦିଧେଙ୍କୁ ପୁଲିସ ଅଟକ ରଖିଛି ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ଘଟଣାରେ ରାଜ ଠାକରେଙ୍କ ବିରୋଧରେ ଔରଙ୍ଗାବାଦ ପୁଲିସ ଷ୍ଟେସନ୍ରେ ମାମଲା ରୁଜୁ ହୋଇଛି।
ଅନେକ ସ୍ଥାନରେ ମସ୍ଜିଦ୍ ସାମ୍ନାରେ ବାଜିଲା ହନୁମାନ ଚାଳିଶା, ରାଜ ଠାକରେଙ୍କୁ CRPC 149ରେ ନୋଟିସ୍

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ