Headlines Odisha Tv

An Odia News Portal

NH ୩୫୩ରେ ସିରିଜ୍‌ ଦୁର୍ଘଟଣା

ନୂଆପଡ଼ା ୧୩।୦୪ : ସାମ୍ନା ସାମ୍ନି ଧକ୍କା ହେଲେ ୨ ଟ୍ରକ । ତାପରେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଦେଲେ ଧକ୍କା । ନୂଆପଡ଼ା ଜିଲ୍ଲା ଜାତୀୟ ରାଜପଥ ୩୫୩ ଝାରକୁସୁମ ଛକରେ ଏହି ସିରିଜ୍‌ ଦୁର୍ଘଟଣା । ଏଥିରେ ଜଣେ ଡ୍ରାଇଭର ଗୁରୁତର ହୋଇଛନ୍ତି । ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି କୋମନା ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଯାନ୍ତ୍ରିକ ତ୍ରୁଟି  ଲାଗି ଏକ ମାଲବାହି ଟ୍ରକ ନୂଆପଡ଼ା ଜିଲ୍ଲା କୋମନା ଥାନା ଝାଲକୁସୁମ ଛକ ରାସ୍ତା କଡରେ ଛିଡା ହୋଇଥିଲା । ସକାଳୁ ସକାଳୁ ଉଭୟ ପଟୁ ଆସୁଥିବା ଦୁଇଟି ଟ୍ରକ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲା । ଏହା ପରେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ ସହିତ ଧକ୍କା ହୋଇଥିଲା । ଫଳରେ ଏକ ସିରିଜ୍‌ ଦୁର୍ଘଟଣା ଘଟିଛି ।ଏହି  ଦୁର୍ଘଟଣାରେ ଜଣେ ଡ୍ରାଇଭର ଗୁରୁତର ହୋଇଥିବା ବେଳେ କିଛି ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।

You may have missed

1 min read
1 min read