Headlines Odisha Tv

An Odia News Portal

କନ୍ଧମାଳ ଜିଲ୍ଲାପାଳ ଡ଼ା ବୃନ୍ଦା ଙ୍କ ଦ୍ଵାରା ରାଧାମୋହନ ମହାପାତ୍ର ଙ୍କ “ଶେଷ ପୃଷ୍ଠା” ପୁସ୍ତକ ଉନ୍ମୋଚିତ..

କନ୍ଧମାଳ ( ହେଡ଼ଲାଇନ୍ସ ଓଡିଶା ବ୍ୟୁରୋ ):- ଫୁଲବାଣୀରେ ଆଜି କନ୍ଧମାଳ ଜିଲ୍ଲାପାଳ ଡ଼ା ବୃନ୍ଦା ଡି ରାଧାମୋହନ ମହାପାତ୍ର ଙ୍କ “ଶେଷ ପୃଷ୍ଠା” କବିତା ପୁସ୍ତକ ଉନ୍ମୋଚନ କରିଛନ୍ତି । ରାଧାମୋହନ ଜଣେ ଯୁବ ସମାଜସେବୀ, ସରକାରି ସ୍ବୀକୃତି ପ୍ରାପ୍ତ ସାମ୍ବାଦିକ, ଦରଦୀ ପରୋପକାରି,ଦକ୍ଷ ସଙ୍ଗଠକ ଓ କନ୍ଧମାଳ ଜିଲ୍ଲାର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ବ ଭାବେ ପରିଚିତ । ଯୁବ ପୀଢ଼ି ର କବି ଭାବରେ ପ୍ରଥମ ଥର ଏହି ପୁସ୍ତକ ଲେଖିଛନ୍ତି। ତାଙ୍କରି ଲିଖିତ କବିତା ପୁସ୍ତକ “ଶେଷ ପୃଷ୍ଠା” ଆଜିର ସମାଜ ଓ ଯୁବ ପିଢୀ ଙ୍କ ନିକଟରେ ଆଦୃତି ଲାଭ କରି ପାରିବ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି। ଉପରୋକ୍ତ ପୁସ୍ତକ ଲେଖକ ଶ୍ରୀ ମହାପାତ୍ରଙ୍କୁ ବୁଦ୍ଧିଜୀବୀ ତଥା ସାହିତ୍ୟିକମାନଙ୍କ ମହଲରୁ ଶୁଭେଚ୍ଛା ଜ୍ଞାପନ ପୂର୍ବକ ତାଙ୍କର ଲେଖକୀୟ ଜୀବନର ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଛି ।