କାବୁଲ, ଅଗଷ୍ଟ ୧୮ : ଆଫଗାନିସ୍ତାନ ଉପରେ ତାଲିବାନ ନିଜର ଆଧିପତ୍ୟ ବିସ୍ତାର କରିଛି । ଏବେ ଦେଶର ମହିଳା ସୈନିକଙ୍କର ଚିନ୍ତା ବଢ଼ିଯାଇଛି । ସେମାନଙ୍କୁ ଭୟ ଯେ, ତାଲିବାନ ଆତଙ୍କବାଦୀମାନେ ଦୁଷ୍କର୍ମ କରିବାକୁ ମଧ୍ୟ ପଛେଇ ନପାରନ୍ତି । ଏଥି ସହିତ ସେମାନଙ୍କର ପରିବାରକୁ ଶେଷ କରିବା ପାଇଁ ମଧ୍ୟ ପଛଘୁଂଛା ଦେଇ ନପାରନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୨୦୧୧ରେ ଗର୍ବର ସହିତ ଆଫଗାନିସ୍ତାନ ନ୍ୟାସନାଲ ଆର୍ମିରେ ଯୋଗଦେଇଥିବା କୁବରା ବେହରୋଜଙ୍କୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ଭୟ ହୋଇଛି । ତାଙ୍କ କହିବା ଅନୁସାରେ ସେ ଯଦି ତାଲିବାନ ଅଧିନରେ କାମ କରିବେ, ତା’ହେଲେ ଜାଣି ହେଉ ନାହିଁ ଯେ, ଭାଗ୍ୟ କେଉଁଠି ପହଂଚିବ । କୁବରା ବେହରୋଜଙ୍କ କହିବା ଅନୁସାରେ ତାଲିବାନ ଯଦି ସେମାନଙ୍କୁ ଧରିନିଏ, ତାହେଲେ ମୁଣ୍ଡକାଟ କରିବ । ମୋର ଭୟ ଯେ, ସୈନିକ ହୋଇଥିଲେ ବି ସେମାନେ ଅପହରଣ କରିବାକୁ ପଛେଇବେ ନାହିଁ । ଜେଲରେ ଭର୍ତ୍ତି କରିଦେବେ ଏବଂ ଦୁଷ୍କର୍ମ କରିବେ । ମୋତେ ମୋର ଭବିଷ୍ୟତ ଏବଂ ପରିବାର ନେଇ ଚିନ୍ତା ଜାତ ହୋଇଛି ।
ତାଲିବାନ ଫେରିବା ପରେ ଚିନ୍ତା-ଭୟରେ ମହିଳା ଆଫଗାନ ସୈନିକ

Four Afghan women beginning military pilot training in the United States, take part in a news conference at Lackland Air Force Base, Wednesday, July 13, 2011 in San Antonio, Texas. They are, from the left; Afghan Army 2nd Lt. Sourya Saleh, 2nd Lt. Narges Safari, 2nd Lt. Masooma Hussaini, and 2nd Lt. Mary Sharifzada. (AP Photo/Eric Gay)
More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ