ଭୁବନେଶ୍ବର : ଆସନ୍ତା ୨୧ ତାରିଖରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏହା ଦୁଇଟି ପର୍ଯ୍ୟାୟରେ ବସିବ ଓ ଏଥିରେ ମୋଟ୍ ୨୭ଟି କାର୍ଯ୍ୟଦିବସ ରହିଛି। ଫେବ୍ରୁଆରି ୨୧ରୁ ମାର୍ଚ୍ଚ ୨ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଓ ମାର୍ଚ୍ଚ ୧୦ରୁ ଏପ୍ରିଲ୍ ୬ ତାରିଖ ଯାଏ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ବସିବ। ଅଧିବେଶନର ପ୍ରଥମ ଦିନ ଅର୍ଥାତ ୨୧ ତାରିଖରେ ରାଜ୍ୟପାଳ ଗୃହକୁ ସମ୍ବୋଧିତ କରିବେ। ଫେବ୍ରୁଆରି ୨୪ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍। ମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍ ପାରିତ ହେବ।
More Stories
ରେଳ ଧାରଣାରୁ କାର୍ଯ୍ୟରତ ହରିଚନ୍ଦନପୁର ଏବିଡିଓଙ୍କ ମୃତଦେହ ଉଦ୍ଧାର,ହତ୍ୟା କରାଯାଇଥିବା ସନ୍ଦେହ
ବିଶ୍ବ ମାତୃ ଦିବସରେ ବାଲୁକା ଶିଳ୍ପୀ ସତ୍ୟଙ୍କ କୃତିତ୍ବ, କଏନରେ ପ୍ରତିକୃତି ଆଙ୍କିଲେ।
ମୁଁ କୋଡିଏ ହଜାର ଭୋଟ ରେ ଯିତିବି:ଅଶୋକ ତ୍ରିପାଠୀ